ଗୁଣିଆ ସନ୍ଦେହରେ ବିତାଡିତ ପରିବାର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହାୟତା ଗାଁକୁ ଫେରିଲେ

ମାଲକାନଗିରି : ମାଲକାନଗିରି ସଦର ଥାନା ସ୍ଥ ତର୍ଲକୋଟା ପଞ୍ଚାୟତ ସର୍ଗୀଗୁଡା ଗ୍ରାମ ରେ ଗୁଣି ଗାରେଡି କରୁଥିବା ସନ୍ଦେହେ ରେ ଗୋଟିଏ ପରିବାର କୁ ଦୀର୍ଘ ୬ମାସ ହେଲା ବାଛନ୍ଦ ସହ ବିତାଡିତ କରା ଯାଇଥିବା ର ଥାନା ରେ ଅଭିଯୋଗ ହୋଇଥିଲା। ଗୁରୁବାର ଦିନ ମାଲକାନଗିରି ସଦର ଥାନା ରେ ପୀଡିତ ପରିବାର ଭକ୍ତରାମ ହନ୍ତାଳ ଓ ଗ୍ରାମ ବାସୀ ମାନଙ୍କୁ ଡକା ଯାଇ ଉଭୟ ପକ୍ଷରୁ ଆପୋଷ ମିଳାମିଶା ଓ ସମାଧାନ କରାଯାଇ ଥିଲା।
ଆଜି ସକାଳେ ପୀଡିତ ପରିବାର ଙ୍କୁ ସଦର ଥାନା ପୁଲିସ ହେପାଜତ ରେ ସର୍ଗୀଗୁଡା ଗ୍ରାମ ରେ ସେମାନଙ୍କ ନିଜ ଘରେ ଛାଡା ଯାଇଛି। ଏସମ୍ପର୍କ ଆଜି ସର୍ଗୀଗୁଡା ଗ୍ରାମ ରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଲଳିତ ବାଗ,ଏସ୍ଡ଼ିପିଓ ସଚୀନ ପଟେଲ, ସଦର ଥାନା ଆଇ ଆଇ ସି ହିମାଂଶୁ ଶେଖର ବାରିକ ଙ୍କ ଉପସ୍ଥିତ ରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲ ରାଜ ଗେମେଲ ଓ ଗ୍ରାମ ମୁଖିଆ ଗ୍ରାମ ବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଡକା ଯାଇ ଅଭୟ ଙ୍କ ମଧ୍ୟ ରେ ଆପୋଷ ସମାଧନ ସହିତ ଶାନ୍ତି ପ୍ରତିଷ୍ଠା କରାଯାଇଛି। ପୀଡିତ ଭକ୍ତ ରାମ ହନ୍ତାଳ ଙ୍କ ପରିବାର ଙ୍କୁ ଗ୍ରାମ ରେ ପୂର୍ବ ପରି ବସବାସ କରିବେ, କେହି ଗ୍ରାମ ବାସୀ ତାଙ୍କୁ ହଇରାଣ କିମ୍ବା ଅସୁବିଧା ଯେପରି ନକରିବେ ଓ ଭକ୍ତ ରାମ ମଧ୍ୟ ଗ୍ରାମ ବାସୀ ଙ୍କ ସହିତ ମିଳିମିଶି ରହିବ ସେ ନେଇ ସମସ୍ଥ ଙ୍କ ସମ୍ମୁଖ ରେ ଏକ ଉଭୟ ପକ୍ଷରୁ ରାଜିନାମା କରା ଯାଇଥିଲା। ଗ୍ରାମ ବାସୀ ମଧ୍ୟ ଭକ୍ତରାମ ହନ୍ତାଳ ଙ୍କ ପରିବାର କୁ ତାଙ୍କ ପୈତୃକ ଘରକୁ ପାଛୋଟି ନେଇଥିଲେ।
ସୂଚନା ଯୋଗ୍ୟ ଯେ ମାଲକାନଗିରିଜିଲ୍ଲାର କୋରୁକୋଣ୍ଡା ବ୍ଲକସ୍ଥ ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଗୋରୀ ହନ୍ତାଳ,୨ପୁଅ ଧନପତି ଓ ଗୋପୀନାଥ ଏବଂ ଝିଅ ନଇନା ସହ ରହି ଆସୁଥିଲେ। ଗତ ୬ମାସ ତଳେ ଗ୍ରାମ ବାସୀଙ୍କ ରୋଷର ଶିକାର ହୋଇ ଘର ଛାଡି ସ୍ୱାଭିମାନ ଅଞ୍ଚଳ କୋଡ଼ି ଗନ୍ଧି ଗ୍ରାମ କୁ ପରିବାର ସହିତ ଭକ୍ତ ରାମ ପଳାଇ ଥିଲେ। ଦୀର୍ଘ ୬ମାସର ବିବାଦ ଆଜି ତୁଟି ଯାଇଛି, ଘର ପୁଅ ନିଜ ଗାଁ ଓ ଘର କୁ ଫେରି ଆସିଛି।ଗ୍ରାମ ବାସୀଙ୍କ ସହିତ ପୂର୍ବ ପରି ମିଳିମିଶି ରହିଥିବାରୁ ଭକ୍ତରାମ ଏବେ ବହୁତ ଖୁସି ଅଛନ୍ତି।

nis-ad
Leave A Reply

Your email address will not be published.