ପୁଅ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କଲା ବାପା

ଛତ୍ରପୁର : ରମ୍ଭା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର କାଳିଆ ମହାଙ୍କୁଡଙ୍କ ପୁତ୍ର ସୁରେଶ ମହାଙ୍କୁଡ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷତ କରି ଗୁହାରି ଜଣାଇଛନ୍ତି ପରିବାର ବର୍ଗ । ଗତ ଦେଢ଼ବର୍ଷ ହେଲାଆମ୍ଭ ଗ୍ରାମର ସିମାଚଂଳ ମହାଙ୍କୁଡ ଓ ପତ୍ନୀ ଚନ୍ଦ୍ରମା ମହାଙ୍କୁଡ ସହିତ ମିଶି ଚେନାଇକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରୁ ପ୍ରାୟ ବର୍ଷେ ୩ ମାସ ଧରି ମୋ ସହିତ ମୋର ପୁତ୍ର ସୁରେଶ ନିୟମିତ ଭାବେ ଫୋନ୍‌ରେ ଭଲମନ୍ଦ କଥା ହେଉଥିଲା । କିନ୍ତୁ ଗତ ୩ ମାସ ହେଲା ସେ ଆଉ ଫୋନ୍ କରୁନାହିଁ ଏବଂ ତାର ଫୋନ୍ ସୁଇଚ୍ ଅଫ୍ ଅଛି । ଏହାସିହତ ତାହାରି କିଛି ଖୋଜ୍ ଖବର ଜାଣିପାରୁନାହିଁ । ମୁଁ ଜାଣିବାକୁ ପାଇଲି ଯେ ପୁଅକୁ ନେଇଥିବା ଦମ୍ପତି ଜଣଙ୍କ କିଛି ପରିବାର ଲୋକେ ସେଠାରେ ପହଂଚି ଗ୍ରାମକୁ ଫେରିବା ପରେ ମୋର ପୁଅର କିଛି ସମସ୍ୟା ହୋଇଛି । ଫଳରେ ଉକ୍ତ ଦିନ ଠାରୁ ମୋର ପୁଅ ସହିତ ଯୋଗାଯୋଗ ହୋଇପାରୁନାହିଁ । ଏଣୁ ମୋର ପୁଅ ସୁରେଶଙ୍କ ସନ୍ଦାନ ତଥା ଚେନାଇରୁ କିପରି ଗ୍ରାମକୁ ଫେରିବ ସେଥିପ୍ରତି ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷତ କରି କାଳିଆ ମହାଙ୍କୁଡ ନିବେଦନ କରିଛନ୍ତି । ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଂପାଦକ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ପରିବାର ବର୍ଗ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା ଙ୍କୁ ଭେଟି ନିଖୋଜ ହୋଇଥିବା ପୁଅ ସୁରେଶ ମହାଙ୍କୁଡକୁ ଗ୍ରାମକୁ କିପରି ଫେରି ଆସିବ ସେଥିପ୍ରତି ପଦକ୍ଷେପ ନେବାକୁ ଗୁହାରି ଜଣାଇଛନ୍ତି ।

nis-ad
Leave A Reply

Your email address will not be published.