ଶ୍ରମିକ ବଦଳରେ ମନରେଗା ମାଟି କାମରେ ହିଟାଚି ମେସିନ ନିୟୋଜିତ…

ଶ୍ରମିକ ଏଠାରେ ଜଳକା…


କାଲିମେଳା, ତା ୧୮/୩ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (ମନରେଗା) ସ୍ଥାନୀୟ ଜବକାର୍ଡଧାରୀଙ୍କୁ ବର୍ଷକୁ ଅନୂନ୍ୟ ଶହେ ଦିନର ମାଟିକାମ ଯୋଗାଇ ଦେବା ପରିବର୍ତେ ରାତାରାତି ହିଟାଚି ମେସିନ ଯୋଗେ ଏକ ବୃହତ ପୋଖରୀ ନିର୍ମାଣ କରାଯିବା ନଜରକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ,ଭି,୬୫ ଗ୍ରାମରେ । ଏହି ଗ୍ରାମରେ ଅମୃତସରବର ନାମରେ ଏକ ବୃହତ ପୋଖରୀ ନିର୍ମାଣ ଚାଲିଥିବା ବେଳେ ଏଠାରେ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଥିବା ପରିଲକ୍ଷିତ ହେଉଅଛି । ଜୈନେକ ବ୍ୟକ୍ତି ଠିକାଦାର ସାଜି ଏହି କାମ ଚଲେଇଥିବା ବେଳେ କାର୍ଯ୍ୟର ନାମଫଳକ ନାହିଁ । ଗରିବ ଓ ଅସହାୟଙ୍କୁ କାମ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମନରେଗାରେ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ବେଳେ ଦିନରାତି ଏଭଳି ମେସିନରେ କାମ କରାଯିବା ନିଶ୍ଚିନ୍ତ ଭାବରେ ବିଭାଗର ବଡ଼ ପଣ୍ଡାଙ୍କ ଢ଼ିଲାପଣକୁ ପଦାରେ ପକାଇଛି। ସ୍ଥାନୀୟ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ମେସିନରେ ଖୋଦେଇ କରାଯାଉଥିବା ଅମୃତସରୋବର ଦୁର୍ନୀତିର ସ୍ପଷ୍ଟ ଚିତ୍ରକୁ ଦର୍ଶାଉଛି। ଏହି ଘଟଣା ସହ କାଲିମେଳା ବ୍ଲକରେ ନିର୍ମାଣାଧିନ ମନରେଗା ପ୍ରକଳ୍ପ ଗୁଡିକର ସଠିକ ଯାଞ୍ଚ କଲେ ଏକ ବଡ ଧରଣର ଦୁର୍ନତୀ ଲୋକ ଲୋଚନକୁ ଆସିବା ସହ ଜବକାର୍ଡ଼ ଧାରୀଙ୍କୁ ନିଶ୍ଚିତ ରୋଜଗାର ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.