ବେଲେଶ୍ବର ଡ଼ିଗ୍ରୀ ମହାବିଦ୍ଯାଳୟର ପ୍ରଥମ ପରିଚାଳନା ବୈଠକ

ହିଞ୍ଜିଳିକାଟୁ ୧୮/୦୩ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ଠାରେ ଶୁକ୍ରବାର ଦିନ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଗଣ୍ଡଳା , ( ବେଲଗାଁ ) ଗଞ୍ଜାମ ରେ ପ୍ରଥମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ଗୌଡ଼ ଅଧ୍ୟକ୍ଷତା କରିଥିଲେ । ସଭାପତି ଶ୍ରୀଯୁକ୍ତ ନୃସିଂଘ ପ୍ରସାଦ ମିଶ୍ର ସଭାପତତ୍ବ କରିଥିଲେ ଏବଂ ଏହି ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁ ଯୋଗଦାନ ଦେଇଥିଲେ । ଏହି ପରିଚାଳନା ବୈଠକ ର ସଦସ୍ୟ ମାନେ ଶ୍ରୀମତୀ ଅନିତା ରାଣୀ ପାଳ, ଶ୍ରୀମତୀ ସୁବଶିନି ସାହୁ , ଶ୍ରୀମତୀ ସମିତା ସାହୁ , ଶ୍ରୀଯୁକ୍ତ ଗଣେଶ ସାହୁ , ଶ୍ରୀଯୁକ୍ତ ଶଙ୍କର୍ଷଣ ମହାନ୍ତି , ଶ୍ରୀଯୁକ୍ତ ବିଜୟ ସେଠୀ ଏବଂ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅନନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ , ଏବଂ ଗଣ୍ଡଳା ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ନିଜର ପରିଚୟ ପ୍ରଦାନ କରିବା ସହିତ ମହାବିଦ୍ୟାଳୟ ର ଉତ୍ତୋରତ ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା । ଏବଂ ପରିଶେଷ ରେ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ଶ୍ରୀଯୁକ୍ତ ଗଣେଶ ସାହୁ ଧନ୍ୟବାଦ ଜ୍ଞାପନ କରି ବୈଠକ ସମାପ୍ତ କରିଥିଲେ ।

nis-ad
Leave A Reply

Your email address will not be published.