ମାଁ କନକ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା, ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ହିଞ୍ଜିଳିକାଟୁ ଓ ମାଁ ଶ୍ୟାମଳାଇ, ମାଁ ତାରାତାରିଣୀ ପୀଠ, ସହ ଆଖପାଖ ଅଞ୍ଚଳର ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଷୋଡ଼ଶ ଉପଚାର ପୂଜା ନିମନ୍ତେ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଦଶହରା ପର୍ଯ୍ୟନ୍ତ ମାଆ କନକ ଦୁର୍ଗା ବିଭିନ୍ନ ବେଶରେ ଦର୍ଶନ ଦେବେ । ଷୋଡ଼ଶ ପୂଜା ଉପଲକ୍ଷେ ଦେବୀଙ୍କ ନିମନ୍ତେ ସ୍ୱତନ୍ତ୍ର ପୂଜା ନୀତିକାନ୍ତି ଆୟୋଜନ କରାଯାଇଛି । ଏଥି ନିମନ୍ତେ ମଙ୍ଗଳବାର ଭୋର ୪ଟା ବେଳେ ମଙ୍ଗଳ ଆଳତି ସାଢେ ୫ଟାରେ କାଠିଆ ସେବା ଦେବୀଙ୍କ ପୂଜାର୍ଚ୍ଚନା, ଦିନ ୧୧ଟା ବେଳେ ଦେବୀଙ୍କ ମାର୍ଜନା ପରେ ଭୋଗ ଲାଗି ହୋଇଥିଲା। ଅପରାହ୍ନ ରେ ଦେବୀଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା।

ସନ୍ଧ୍ୟାରେ ଆଳତି ଓ ରାତି ୧୨ଟା ପରେ ଦେବୀଙ୍କୁ ଭୋଗ ଲାଗି ହୋଇଥିବା ସନ୍ତୋଷ ମୁନି, ଦେବେନ୍ଦ୍ର ମୁନି, ଟୁନା ମୁନି, ସୀମାଞ୍ଚଳ ମୁନି, ନାରାୟଣ ମୁନି, ଗୋଲକ ବିହାରୀ ମୁନି, ମୁନା ମୁନି, ଦିଲ୍ଲୀପ ମୁନି କହିଛନ୍ତି । ସେହିପରି ଷୋଡ଼ଶ ପର୍ବ ଉପଲକ୍ଷେ ମନ୍ଦିରରେ ସୂର୍ଯ୍ୟପୂଜା, ଅଭିଷେକ ଓ ସ୍ୱାସ୍ଥ୍ୟ ପୂଜା ଆଳତି ହେବ ବୋଲି ଆଚାର୍ଯ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ଦୀପ୍ତିରଞ୍ଜନ ମହାପାତ୍ର ,ଶଙ୍କର୍ଷଣ ପାଠୀ କହିଛନ୍ତି । ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଯଜ୍ଞ ନିମନ୍ତେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ଷୋଡ଼ଶ ପୂଜା ମଙ୍ଗଳବାର ୨୪ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.