ଫୁଲବାଣୀ :କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଏହି ଭଦଘାଟନୀ ଉତ୍ସବରେ ଜିଲ୍ଲାରେ ରେଡ କ୍ରସ ଚେୟାରମେନ ତଥା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡଃ ସୁବାଶ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବେବେଳେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ B. D . O ଶ୍ରୀଯୁକ୍ତ ହୃଦ ରଞ୍ଜନ ସାହୁ ଯୋଗ ଦେଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଏ ଏମ ସି ଏସ କଲେଜ ଟିକାବାଲିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି,ଯୋଗ ଦେଇ ଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଥିଲେ ଜିଲ୍ଲା ରେଡ଼ କ୍ରସ ସଂଯୋଜକ ଡଃ ବିଭୁତି ଭୂଷଣ ଆଚାର୍ଯ୍ୟ ଏବଂ ଡଃ ଅଭୀପ୍ସା ବଳ l ଚେୟାରମେନ ଡଃ ସୁବାଶ ଚନ୍ଦ୍ର ପ୍ରଧାନ ରେଡ଼ କ୍ରସ ପତାକା ଉତ୍ତୋଲୋନ କରି ଅନୁଷ୍ଠାନିକ ଭାବେ ଶିବିର ଆରମ୍ଭ ଘୋଷଣା କରିଥିଲେ । ଏଥିରେ ଜିଲ୍ଲାରୁ ୮୦ ଉର୍ଦ୍ଧ୍ବ ସ୍ୱେଚ୍ଛାସେବି ଏବଂ କାଉନସିଲର ଯୋଗ ଦେଇଥିଲେ । ଏହି ଶିବିରରେ ରେଡ଼ କ୍ରସର ଇତିହାସ ଏବଂ, ମୌଳିକ ନିୟମ, ଲକ୍ଷ, ପ୍ରାଥମିକ ଚିକିସା, ଲୀଡରଶିପ ଯୁବ ନେତୃତ୍ୱ, ଜଳବାଯୁ ପରିବର୍ତ୍ତନ , ମହିଳା ସଶକ୍ତିକରଣ , ଯୋଗ, ବିତୀୟ ପରିଚାଳନା ଏବଂ ସାଇବର ସୁରକ୍ଷା ଆଦି ବିଷୟରେ ସ୍ୱେଚ୍ଛାସେବି ମାନଙ୍କୁ ତାଲିମ ପ୍ରଦନ କରାଯିବ ଏହି ଶିବିରର ଉଦଯାପନୀ ଉତ୍ସବ ଆସନ୍ତା ୨୬ ତାରିଖ ରେ ଅନୁଷ୍ଠିତ ହେବ । ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମଞ୍ଚାସୀନ ସମସ୍ତ ଅତିଥି ଉତ୍ତରୀୟ ସହ ମାନପତ୍ର ପ୍ରଦାନ
କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧକ୍ଷ୍ୟ ଡଃ ସନ୍ତୋଷ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ କାଉନସିଲର ଶ୍ରୀ ଶିବରାମ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ରାମକୃଷ୍ଣ ମହାନ୍ତି ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.