ଫୁଲବାଣୀ: ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜୋ୍ୟସ୍ନା ସାହିତ୍ୟ ସଂସଦର ସାଧାରଣ ପରିଷଦ ବୈଠକ ଏବଂ ଏହାର ୧୭ ତମ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଣି ସଭାପତି ଭାବରେ ପ୍ରଶାନ୍ତ କୁମାର ବେହେରା, ଏବଂ ମୁଖ୍ୟ ସମ୍ପାଦକ ଭାବରେ ଡ.କାହ୍ନୁଚରଣ ଶତପଥି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଫୁଲବାଣୀ ସାର୍କିଟହାଉସ ପରିସରରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ପୁରାତନ କମିଟିର ସଭାପତି ପ୍ରଶାନ୍ତ କୁମାର ବେହେରା ନିଜର ଅଭିଭାଷଣରେ ପୁର୍ବ ଦିନମାନଙ୍କରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶପାଉଥିବା ତ୍ରୟମାସିକ ସ୍ମରଣିକା ବନଜ୍ୟୋସ୍ନା ବାବଦରେ କହିବା ସହିତ ଆୟୋଜନ କରାଯାଉଥିବା ରାଜ୍ୟ ଓ ଜିଲ୍ଲା ସ୍ତରର ଅନ୍ୟତମ ପ୍ରସିଦ୍ଧ କାର୍ଯ୍ୟକ୍ରମ, “ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ” ରେ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟା ମାନଙ୍କର ସହାୟତା ବିଷୟରେ କହିଥିଲେ । ଏଥି ସହିତ ଫୁଲବାଣୀ ର ଆଖପାଖ ଅଂଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଓଡିଆ ଭାଷାସାହିତ୍ୟ କାର୍ଯ୍ୟକ୍ରମର ସଫଳତା ବିଷୟରେ କହିଥିଲେ । ପରେ ମୁଖ୍ୟ ସମ୍ପାଦକ ଡ.କାହ୍ନୁଚରଣ ଶତପଥି, ଅନୁଷ୍ଠାନର ଆୟବ୍ୟୟ ବିବରଣୀ ପାଠକରିଥିଲେ । ଅନୁଷ୍ଠାନର ପୁର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଠା ପ୍ରଧ୍ୟାପକ ତୀର୍ଥ ଯାନୀଙ୍କ ପରିଚାଳନାରେ ନିର୍ବାଚନ ଅନୁଷ୍ଠିତ ହୋଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ପୁନର୍ବାର ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଥିଲେ । ସେହିପରି ଅନୁଷ୍ଠାନର ଉପସଭାପତି ଭାବରେ ଶରତଚନ୍ଦ୍ର ମହାନ୍ତି ଓ ସୂଜିତ୍ କୁମାର ବେହେରାଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ମୁଖ୍ୟ-ସମ୍ପାଦକ ଭାବରେ ପୁଣି ଡ.କାହ୍ନୁଚରଣ ଶତପଥି ନିର୍ବାଚିତ ହୋଇଛନ୍ତି । ସହସମ୍ପାଦକ ଭାବରେ ପ୍ରଣୟ ସାମନ୍ତରାୟ ଓ ବିରାଜୀନି ମହାପାତ୍ର, ସଂଗଠନ ସମ୍ପାଦକ ଭାବରେ, ସୋମନାଥ ସାହୁ, ସାଂସ୍କୃତିକ ସମ୍ପାଦିକା ଭାବରେ ମୁସ୍କାନ ସୁଆର ସହ-ସାଂସ୍କୃତିକ ସମ୍ପାଦିକା, ରୁପମ୍ବିକା ତ୍ରିପାଠୀଙ୍କୁ ନିର୍ବାଚିତ କରାଯାଇଛି । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସାହୁ, ଶଶିଭୁଷଣ ପ୍ରଧାନ, ରଞ୍ଜନ କୁମାର ଗିରି, ପ୍ରକାଶ ପଟ୍ଟନାୟକ, ସରସ୍ୱତୀ ସାହୁ ଏବଂ ଶୁଭ୍ରାରାଣୀ ପଟ୍ଟନାୟକ ରହିଛନ୍ତି । ସେହିପରି ଅନୁଷ୍ଠାନର ଉପଦେଷ୍ଠା ଭାବେ ପ୍ରାଧ୍ୟାପକ ତୀର୍ଥ ଯାନୀ,ଡ.ପୁଷ୍ପାଞ୍ଜଳି ମିଶ୍ର,ସୁବାଷ ମହାନ୍ତି, କଳ୍ପନାରାଣୀ ପାତ୍ର, ପ୍ରଣତୀ ତ୍ରିପାଠୀ ଏବଂ ସୁନିତୀ ଆଚାରୀଙ୍କୁ ପ୍ରଦାନ କରାଯାଇଛି । ଶେଷରେ ନୁତନ ସଭାପତି ତାଙ୍କଉପରେ ସମସ୍ତ ସଦସ୍ୟସଦସ୍ୟା ମାନେ ଏହି ଦାୟୀତ୍ୱ ନ୍ୟସ୍ତ କରିଥିବାରୁ ଧନ୍ୟବାଦ ଅର୍ପଣ କରିବା ସହିତ, ଚଳିତ ବର୍ଷ ହେବାକୁ ଥିବା ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟରେ ସମସ୍ତଙ୍କ ସହେଯାଗ ଲୋଡିଥିଲେ । ଶେଷରେ ସହ-ସମ୍ପାଦିକା ବିରାଜିନି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.