କାଶିପୁର ବ୍ଲକରେ ବର୍ଷା ଓ କୁଆପଥର ମାଡ…


,କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଆଜି ସନ୍ଧା ୫ଟା ସମୟରେ ପ୍ରବଳ କୁଆ ପଥର ସହ ବର୍ଷା ହୋଇଛି I ଏହି ସମୟରେ ଗୋରଖପୁର ଠାରୁ ମାରିଭଟା ଗ୍ରାମ ପର୍ଯ୍ୟନ୍ତ କୁଆ ସହ ପ୍ରବଳ ବର୍ଷା ଯାହା ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତା କୁଆ ପଥର ଡାଙ୍ଗି ହୋଇ ପଡ଼ିଛି। ଯାହା ଫଳରେ କିଛି ସମୟ ପାଇ ସେହି ରାସ୍ତା କାଶ୍ମୀରି ଭଳି ଭ୍ରମ ସୃଷ୍ଟି ହୋଇଥିଲା । ସେହି ଭଳି କାଶିପୁର ବ୍ଲକ ପଣଷଗୁଡା ଗ୍ରାମ ରେ କିଛି ଘର ଟିଣ ମଧ୍ୟ ଉଡେଇ ନେଇଛି । ରାସ୍ତା କଢରେ ମଧ୍ୟ ଗଛ ପଡି ରାସ୍ତାଅବରୋଧ ହୋଇଥିଲା।ସେହି ଭଳ କାଶିପୁର ତହସିଲ ଅଫିସ ପରିସରରେ ବହୁତ ବଡ଼ ଗଛ ଭାଙ୍ଗି ଯାଇଛି । ସେହି ଭଳି ଆଉ କିଛି କିଛି ଗ୍ରାମ ରେ ମଧ୍ୟ ଘର ଭାଙ୍ଗି ଥିବା ଖବର ଆସୁଛି ପହଞ୍ଚି କିନ୍ତୁ ଏବେ ଯାଇ କାଶିପୁର ବ୍ଲକ ବର୍ଷା ଲାଗିରହିଛି। କିଛି ଲୋକଙ୍କ କହିବା ଅନୁସାରେ ଏହି ପରି କୁଆ ପଥର ବର୍ଷା କେବେ ଦେଖିନଥିବା କହିଛନ୍ତି ।

nis-ad
Leave A Reply

Your email address will not be published.