ପୋଲିସକୁ ଗୋଡାଇ ଗୋଡାଇ ପିଟିବା ମହଙ୍ଗା ପଡିଲା ; ୨୭ ଜଣ ଡ୍ରାଇଭରଙ୍କୁ ଗିରଫ୍ କଲା ପୋଲିସ୍…

ଛତ୍ରପୁର : ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ଏକତା ମହାମଂଚ ପକ୍ଷରୁ ରାଜରାସ୍ତା ଅବରୋଧ ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ଠାରେ ଡ୍ରାଇଭର ଓ ପୋଲିସ୍ ମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭର ମାନେ ପୋଲିସ ଉପରେ ଆକ୍ରମଣ କରିବା ସହିତ ପୋଲିସ୍ କୁ ଗୋଡାଇ ଗୋଡାଇ ପିଟିଥିଲେ । ଏପରିକି, କିଛି ପୋଲିସ୍ କର୍ମଚାରୀଙ୍କୁ ସେମାନେ ଢେଲା ମାଡ କରିବା ସହିତ ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡି ଗୁଡିକୁ ବାଡେଇ ଭାଙ୍ଗି ଦେଇଥିଲେ । ଫଳରେ ଛତ୍ରପୁର ଏସଡିପିଓ ଗୌତମ କିସାନଙ୍କ ସମେତ ଗଞ୍ଜାମ ପୋଲିସ୍ ଜିଲ୍ଲାର ୪ ଜଣ ପୋଲିସ୍ କର୍ମଚାରୀ ଓ ଅଧିକାରୀ ଆହାତ ହୋଇଥିଲେ । ଏହି ମାମଲାରେ ଶୁକ୍ରବାର ୨୭ ଜଣ ଡ୍ରାଇଭରଙ୍କୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଗଞ୍ଜାମ ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି । ଏହା ସହ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଚାଲିଛି । ଗିରଫ୍ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.