ଦାବୀ ପୂରଣ ନ ହେବାରୁ ୟୁନିଫର୍ମ ବର୍ଜନ କଲେ ଶିକ୍ଷକ…

ଛତ୍ରପୁର : ଛତ୍ରପୁର ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ସେମାନଙ୍କ ଦାବି ଗୁଡିକ ପୂରଣ ନ ହେବାରୁ ୟୁନିଫର୍ମ ବର୍ଜନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ନୂତନ ଏସପିସି ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ ଗୋଟି ଇନଷ୍ଟାଲ ଇନକ୍ରିମେଣ୍ଟ ପ୍ରଦାନ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ପେନସନ୍ ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ସରକାରଙ୍କୁ ଗୁହାରି କରିଥିଲେ । ହେଲେ, ସେମାନଙ୍କ ଦାବି ପୂରଣ ନ ହେବାରୁ ସେମାନେ ଛତ୍ରପୁର ବ୍ଲକର ଟାକିରିଆ ବ୍ରହ୍ମପୁର, କଣମଣା ସମେତ ବିଭିନ୍ନ ବିଦ୍ୟାଳୟରେ ୟୁନିଫର୍ମ ବର୍ଜନ କରି ଶିକ୍ଷାଦାନ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.