ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦିନିକିଆ ପ୍ରଶିକ୍ଷଣ ଶିବିର

ଏନୟୁଏଚଏମ ର କାର୍ଯ୍ୟକାରିତା ବିଷୟରେ ଅବଗତ ହେଲେ କାଉନସିଲର

ଛତ୍ରପୁର : ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ହେଉଥିବା ବିଭିନ୍ନ କାର୍ଯ୍ୟକାରିତା ସମ୍ପର୍କିତ ନେଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଏନଏସିର ନିର୍ବାଚିତ କାଉନସିଲର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷା ଜି. ପାପା ରାଓ ଅତିଥି ଭାବେ ଯୋଗ ଦେଇ ଶିବିରର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଛତ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ମଧୁସୁଦନ ପଟ୍ଟନାୟକ, ଏନୟୁଏଚଏମର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଫନି ଭୂଷଣ ପଟ୍ଟନାୟକ, ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଛତ୍ରପୁର ଏନଏସିର ସମସ୍ତ କାଉନସିଲର ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭୀନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଥିବା କାଉନସିଲର ମାନଙ୍କୁ ଅବଗତ କରାଯାଇଥିଲା । ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ର କାର୍ଯ୍ୟକାରିତା ବିଷୟରେ ବୁଝିବା ସହିତ ଏହାଦ୍ୱାରା ସମ୍ପାଦିତ ସମସ୍ତ କାର୍ଯ୍ୟକ୍ରମକୁ କାଉନସିଲର ମାନେ ପ୍ରଶଂସା କରିଥିଲେ । ଛତ୍ରପୁର ସହରରେ ଗୋଟିଏ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରହିଥିବା ବେଳେ ୱାର୍ଡ ସ୍ତରରେ ୱାର୍ଡ କଲ୍ୟାଣ ସମିତି ଗଠନ କରାଯାଇଛି । ଏହାର ମୁଖ୍ୟ କାଉନସିଲର ମାନେ ରହିଛନ୍ତି । ଏଏନଏମ, ଆଶା ଓ ଅଙ୍ଗନବାଡିଙ୍କ ଠାରୁ ଆରମ୍ଭ କରି ବହୁ ସଭ୍ୟ ଏହି କମିଟିରେ ରହିଛନ୍ତି । ସ୍ୱାସ୍ଥ୍ୟ ମିଶନ୍ ଆନୁକୁଲ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କିପରି କାଉନସିଲର ମାନେ ଜଡିତ ରହି ସହ ଯୋଗ କରିବେ ସେଥି ସକାଶେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା କରାଯାଇଛି । ଏହା ସହିତ ରାଷ୍ଟ୍ରୀୟ ବାଲ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀ ମା ମାନଙ୍କୁ ଟିକାକରଣ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆସିଷ୍ଟାଣ୍ଡ ପ୍ରୋଗ୍ରାମ ମ୍ୟାନେଜର ପୁଙ୍ଖାନୁପୁଙ୍ଖ ଭାବେ କାଉନସିଲର ମାନଙ୍କୁ ଅବଗତ କରାଇଥିଲେ ।

nis-ad
Leave A Reply

Your email address will not be published.