ସେମଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା…

ଉମରକୋଟ (୦୫/୦୩) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ଗୋଷ୍ଠୀ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ସେମଳା କ୍ଲଷ୍ଟର ପକ୍ଷରୁ ସେମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଗତ ୪ ତାରିଖରେ ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଓ /ବିଆରସିସି, ପୁରୁଷୋତ୍ତମ ମାଝୀ ଏବଂ ଏବିଓ ସୁଶିଳା ଜୋଦ୍ଦାର ଯୋଗ ଦେଇ ଥିଲେ । ସିଆରସିସି ଶିବାନନ୍ଦ ମାଟିଆଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଥିଲା । ଶିକ୍ଷକ ଶ୍ରୀ ସୁନୀଲ କୁମାର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ମାଝୀ ନିଜ ବକ୍ତବ୍ୟରେ ସରକାରୀ ପଟୁଗୁଡ଼ା ସ୍କୁଲ ତଥା ସେମଳା କ୍ଲଷ୍ଟରରୁ ପ୍ରୋମୋସନ ପାଇ ବଦଳି ହୋଇ ଯାଇଥିବା ବିଦାୟୀ ଶିକ୍ଷକ ଶ୍ରୀ ବିମଳ କୁମାର ବାରୋଇଙ୍କୁ ଜଣେ ଆଦର୍ଶ ଶିକ୍ଷକ ତଥା କର୍ତ୍ତବ୍ୟନିଷ୍ଠ ବୋଲି ପ୍ରଶଂସା କରିଥିଲେ ।

ଏହା ପରେ ପର୍ଯାୟ କ୍ରମରେ ଅବସର ନେଇ ଥିବା ଶିକ୍ଷୟତ୍ରୀ ଶ୍ରୀମତୀ ଆରତୀ ସରକାର ଙ୍କୁ ଉପସ୍ଥିତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗହଣରେ ଭାବ ଗମ୍ଭୀର ବିଦାୟ ସମ୍ବର୍ଦ୍ଧନା ଦେବା ସହ ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ଭବିଷ୍ୟତ ଚଳାପଥ ସୁଖମୟ ହେଉ ବୋଲି କାମନା କରିଥିଲେ । ପରେ ପରେ ଖ୍ରୀଷ୍ଟିଆଞ୍ଜଳୀ ଖୋସଲା , ଶ୍ରୀ ଜେକସନ ହରିଜନ ଓ ଶ୍ରୀମତୀ ସୁଚିତ୍ରା ସରକାର ଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଭବିଷ୍ୟତ ଉଜ୍ଜ୍ବଳ କାମନା କରାଯାଇଥିଲା । ଶ୍ରୀ ରଞ୍ଜିତ କୁମାର ଅଧିକାରୀ , ଶ୍ରୀ କୌଶିକ ଦାସ , ସୁଚିସ୍ମିତା ମହାନ୍ତି , ଶ୍ରୀ ନାରାୟଣ ଭତ୍ରା , ତ୍ରିନାଥ ଗଣ୍ଡ , ଜୟଶ୍ରୀ ପଟ୍ଟନାୟକ , ଲିନା ବାନୁଆ ଓ ମଙ୍ଗଳା ବେହେରା ତଥା ସେମଳା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭା ଶେଷରେ ସରକାରୀ ଚଲାନ ଗୁଡ଼ା ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଶୁଭଙ୍କର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.