ବିଜୁବାବୁଙ୍କ ଜନ୍ମଜୟନ୍ତୀ ଅବସରରେ, ଲୋକସେବା ଦିବସ-୨୦୨୩ ପାଳିତ…


ଚିତ୍ରକୋଣ୍ଡା(୦୫/୦୩) : ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ବ୍ଲକ ସଭାଗୃହରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ,ବରିଷ୍ଠ ବିଜେଡି କର୍ମି ଦେବେନ୍ଦ୍ର ଦାଶ ଓ ଦୁଲଭ ଖିଲ, ସମାଜସେବ ଏମ ଚିରଞ୍ଜିବି ନାୟକ,ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ଏପିଓ ଉଚ୍ଚବ ଗିରି, ପିଇଓ ହେମନ୍ତ କୁମାର ଭୂୟାଁ, ରାମେଶ୍ୱର ପୂଜାରୀ, ବିଏଲସି ସୋମନାଥ କୁମ୍ଭାର, ଗୁଣ୍ଠାୱାଡ଼ା ସରପଞ୍ଚ ତ୍ରିନାଥ କ୍ରିସାନି, ନୂଆଗୁଡ଼ା ସରପଞ୍ଚ ଶଶୀ ଖିଲ, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ ଙ୍କ ସମେତ ଚିତ୍ରକୋଣ୍ଡା ବ୍ଲକର ସମସ୍ତ କର୍ମଚାରୀ ଏବଂ ପଞ୍ଚାୟତ ପ୍ରତିନିଧି ଙ୍କ ଉପସ୍ଥିତିରେ ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମ ବାର୍ଷିକ ଉଛବ ମହାସମାରୋହରେ ପାଳିତ ହୋଇଛି l

ପ୍ରଥମେ ସ୍ବର୍ଗତ ବିଜୁବାବୁଙ୍କ ଫୋଟୋରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ, ଦୀପ ଓ ନୈବେଦ୍ୟ ସହ ପୂଜାର୍ଚନା କରିଥିଲେ l ପରେ ବରିଷ୍ଠ ଅଧିକାରୀ ମାନେ ବିଜୁ ପଟ୍ଟନାୟକ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଆଜିର ଦିନକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଉଥିଲା l ଆଜିର ଦିନରେ ମହିଳା ମାନଙ୍କୁ ଅଗ୍ରାଧିକାର ଭିତିରେ ଗୁରୁତ୍ୱ ଦିଆଯାଇ ଅଧିକ ସଂରକ୍ଷଣ ରଖାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଅବସରରେ ସମସ୍ତ ଅଧିକାରୀ ନିଜ ନିଜ ବକ୍ତବ୍ୟ ରଖିବା ପରେ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀ ମାନଙ୍କୁ ଫେଟି ଭଲମନ୍ଦ ପଚାରି ବୁଝିବା ସହିତ ରୋଗୀ ମାନଙ୍କୁ ଫଳମୂଳ ମିଠା ସେବା ଯୋଗାଇଥିଲେ ଉକ୍ତ ସେବାରେ ତାଙ୍କୁ ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.