ଓକିଲ ସଂଘର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ…

ବ୍ରହ୍ମପୁର : ବ୍ରହ୍ମପୁର ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ ୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ୧୦ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ୧୧ରେ କାଏମ ରହିଥିବା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୩ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ୨୫ ତାରିଖ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୩ଟା ମଧ୍ୟରେ ଭୋଟ ଗ୍ରହଣ ହେବ। ଅପରାହ୍ନ ୪ଟା ପରେ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ସଂଘରେ ସଦସ୍ୟତା ଥିବା ୧୫୦୩ ଆଇନଜୀବୀ ଭୋଟ ଦେଇପାରିବେ ବୋଲି ସେ କହିଛନ୍ତି। ଭୋଟରଙ୍କ ମଧ୍ୟରୁ ୧୪୨୭ ଜଣ ଆଇନଜୀବୀ ପୁରୁଣା ଭୋଟର ହୋଇଥିବା ବେଳେ ୭୬ଜଣ ନୂତନ ଭୋଟର ଅଛନ୍ତି। ସଭାପତି ପଦ ପାଇଁ ୫ହଜାର ଟଙ୍କା, ଉପସଭାପତି ପାଇଁ ୪ହଜାର ଏବଂ ସମ୍ପାଦକ ପଦ ପାଇଁ ୩ ହଜାର ଓ ସହ ସମ୍ପାଦକ ପାଇଁ ୨ ହଜାର ଟଙ୍କା ଅମାନତ ରଖାଯାଇଥିବା ସଂଘ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାଯାଇଛି। ଅନ୍ୟପକ୍ଷେ ସଭାପତି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ୩୦ବର୍ଷରୁ ଊଦ୍ଧର୍‌ବ ସମୟ ସଂଘରେ ସଦସ୍ୟତା ରହିବା ଆବଶ୍ୟକ। ଉପ ସଭାପତି ପାଇଁ ୨୫ବର୍ଷ, ସମ୍ପାଦକ ପାଇଁ ୧୫ ବର୍ଷ ଏବଂ ସହସମ୍ପାଦକ ପାଇଁ ୧୦ବର୍ଷରୁ ଊଦ୍ଧର୍‌ବ ସମୟ କାମ କରିଥିବା ଆବଶ୍ୟକ। ବିଜ୍ଞପ୍ତି ପ୍ରକାଶ ପରେ କୋର୍ଟ ପରିସର ଚଳଚଞ୍ଚଳ ହୋଇଛି। ଏକାଧିକ ପ୍ରାର୍ଥୀ ଏବେ ସୋସିଆଲ ମିଡ଼ିଆ ଏବଂ ବିଭିନ୍ନ ଛକରେ ପୁସିଂ କାର୍ଡ ଦେଇ ପ୍ରଚାର ଆରମ୍ଭ କରି ସାରିଲେଣି।

nis-ad
Leave A Reply

Your email address will not be published.