କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ପକ୍ଷରୁ ପିଣ୍ଟୁ ନନ୍ଦଙ୍କ ସ୍ମୃତିଚାରଣ ସଭା…

ଫୁଲବାଣୀ (୪/୩) : କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ତରଫରୁ ଆଜି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ସିନେ ତାରକା ତଥା ବିଶିଷ୍ଟ କଳାକାର ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା ପାଇଁ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ସମ୍ପାଦକ ନୀଳାମ୍ବର ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯୟକ୍ରମରେ ଉପଦେଷ୍ଟା କାମରାଜ ଦିଗାଲ, ରଞ୍ଜନ କୁମାର୍ କହଁର, ସୁଧାଂଶୁ କୁମାର୍ ବେହେରା, ସୁକାନ୍ତ କୁମାର ବେହେରା, ଶ୍ରୀକାନ୍ତ ସାହାଣୀ, ଭାଵିନ୍ଦ୍ର କହଁର, ବିକାଶ କୁମାର ଦିଗାଲ ଙ୍କ ସମେତ ଅନ୍ୟ ସମସ୍ତ ମଞ୍ଚ କଳାକାର ମାନେ ଉପସ୍ଥିତ ରହି ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ଅନେକ ସ୍ମୃତିକୁ ମନେ ପକେଇ ଶୋକ ପାଳନ କରିବା ସହିତ ପିଣ୍ଟୁ ନନ୍ଦଙ୍କ ଏ ଗଉରା,ତୁ କଣ ଖାଇବୁ , ଗୀତକୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ କହିଥିଲେ କି ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟ୍ରି ଜଗତର ଗୋଟାଏ ଉଜ୍ଜଳ ତାରକା ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କର ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିଯିବ ବୋଲି ନୀଳାମ୍ବର ଡିଗାଲ ପ୍ରକାଶ କରିଥିଲେ । ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟ୍ରିକୁ ଅନେକ କଳାକାର ଆସିବେ ଓ ଯିବେ, ହେଲେ ପିଣ୍ଟୁ ନନ୍ଦ ଙ୍କ ପରି ଏକ ନିଆରା କଳାକାର ସ୍ଥାନ କେହି ପୂରଣ କରି ପାରିବେ ନାହିଁବୋଲି ଶ୍ରୀକାନ୍ତ ସାହାଣୀ ନିଜ ବକ୍ତବ୍ୟରେ କହିଥିଲେ l ପିଣ୍ଟୁ ନନ୍ଦ ଜଣେ ଅତି କମ ବୟସର କଳାକାର ହୋଇ ମଧ୍ୟ୍ୟ ଅଳ୍ପ ଦିନରେ ଓଡ଼ିଆ ଫିଲ୍ମ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଓଡିଶା ବାସୀଙ୍କ ମନ ହୃଦୟକୁ ଜିତିପାରିଥିଲେ ବୋଲି ଅନ୍ୟତମ କଳାକାର ସୁକାନ୍ତ କୁମାର ବେହେରା ମଧ୍ୟ୍ୟ ଶୋକାଭିଭୁତ ହୋଇ କୋହ ଭିଜା ସ୍ୱରରେ ନିଜର ଦୁଇପଦ ଅଭିଭାଷଣ ମାଧ୍ୟମରେ କହିବା ସହିତ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ସେ ସବୁଦିନ ପାଇଁ ରାଜ୍ୟର ଅଗଣିତ ଦର୍ଶକ ମାନଙ୍କ ନିକଟରେ ଅମର ହୋଇ ରହିଥିବେ ବୋଲି ବେହେରା କହିଥିଲେ l ଆଜିର ଶୋକ ସଭାଟିକୁ ବିକାଶ କୁମାର ଦିଗାଲ ପରିଚାଳନା କରିଥିବା ବେଳେ ସୁଧାଂଶୁ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.