ଢେଙ୍କାନାଳରୁ ଅଭିଯୁକ୍ତଙ୍କୁ ଆଣି ରିମାଣ୍ଡରେ ନେଲା ପୋଲିସ…

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀଙ୍କ ହତ୍ୟା ଘଟଣାରେ ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କ ନିର୍ଦ୍ଦେଶରେ କୋର୍ଟରେ ହାଜର କରାଯାଇଛି। ଶଙ୍କରକୁ ଶୁକ୍ରବାରଠାରୁ ୧୩ତାରିଖ ପର୍ଯ୍ୟନ୍ତ ସ୍ପେୟାରରେ ବ୍ରହ୍ମପୁର ଅଣାଯାଇ ବ୍ରହ୍ମପୁର ଏସଡିଜେଏମ୍‌ ପ୍ରଜ୍ଞାପାରମିତ ପ୍ରତିହାରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପଟେ ଶଙ୍କରଙ୍କୁ ଗୋଶାଣି ନୂଆଗାଁ ପୋଲିସ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ୪ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି। ୩ରୁ ୬ତାରିଖ ପର୍ଯ୍ୟନ୍ତ ଶଙ୍କର ଗୋଷଣୀ ନୂଆଗାଁ ପୋଲିସ ହେପାଜତରେ ରହିବେ। ତତ୍କାଳୀନ ଥାନା ଅଧିକାରୀ ସୁମିତ ସୋରେନ୍‌ ଏହି ମାମଲାର ତଦାରଖ କରୁଛନ୍ତି। ଆସନ୍ତା ୬ତାରିଖ ସନ୍ଧ୍ୟାରେ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରେ ଶଙ୍କରଙ୍କୁ ବ୍ରହ୍ମପୁର ମଣ୍ଡଳକାରାଗାରକୁ ପଠାଯିବ। ସେହିପରି ୧୩ତାରିଖ ଦିନ ଶଙ୍କରକୁ ପୁଣିଥରେ ଢ଼େଙ୍କାନାଳ ଜେଲକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।
ଥାଉକି, କ୍ଷୀର ବ୍ୟବସାୟୀ ମୁନୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ସାହୁ ଏକ ଡକାୟତି ମାମଲାରେ ଢ଼େଙ୍କାନାଳ ପୋଲିସ ଦ୍ୱାରା ଗତ ଜାନୁଆରି ୧୦ରେ ଗିରଫ ହୋଇଥିଲେ। ସେ ଦିନଠାରୁ ଶଙ୍କର ଢ଼େଙ୍କାନାଳ ଜେଲରେ ଥିଲେ। ଏହଜାଣିବା ପରେ ପୋଲିସ ଶଙ୍କରଙ୍କୁ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାରେ ଯୋଡ଼ିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅନୁମତି ମିଳିବା ପରେ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଏସ୍‌ଆଇ ଜ୍ଞାନ ସେଠୀଙ୍କ ନିର୍ଦ୍ଦେଶରେ ଏକ ଏସ୍‌କର୍ଟ ଟିମ ଢେଙ୍କାନାଳ ଜେଲରୁ ଶଙ୍କରଙ୍କୁ ଆଣି କୋର୍ଟରେ ହାଜର କରିଥିଲା। ହିଲପାଟଣା ଏମ୍‌ଏଭି ସ୍କୁଲ ପାଶର୍‌ବ ଗଳିରେ ଗତ ୨୦୨୦ ଜୁନ୍‌ ୧୩ରେ କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିଲା। ପୋଲିସ ୫ଜଣଙ୍କୁ ଗିରଫ କରିଥିଲା। ଶଙ୍କର ଘଟଣା ଦିନଠାରୁ ଫେରାର୍‌ ଥିଲା।

nis-ad
Leave A Reply

Your email address will not be published.