ପଲ୍ଲୀକବି ନନ୍ଦକିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -2023 ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି l ଫୁଲବାଣୀର ବିଧାୟକ ମାନନୀୟ ଅଙ୍ଗନ୍ଦ କହଁର ଯୋଗଦେଇ ଡ଼ଃ ମହାପାତ୍ରଙ୍କୁ ଉତ୍ତରୀୟ, ମାନପତ୍ର ଆଦି ପ୍ରଦାନ କରିବା ସହ କନ୍ଧମାଳ ଜିଲ୍ଲା କଳା ସଂସ୍କୃତିର ଭୂସ୍ବର୍ଗ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, କଳା ଓ ସଂସ୍କୃତିର ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ର କହଁର , ଫିରିଙ୍ଗିଆ ବି ଡି ଓ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ ଅନୁରାଧା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି, ବରିଷ୍ଠ ସାମ୍ବାଦିକ ଅରୂପ ଜେନା, ଜିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର, ଉପଦେଷ୍ଠା ସଦାଶିବ ପାତ୍ର, କୁଇ ଗବେଷକ ପ୍ରଦୀପ କହଁର,ପୂର୍ବତନ ବିଧାୟକ ଦୁଗୁନି କହଁର, ଦେବେନ୍ଦ୍ର କହଁର, ଫିରିଙ୍ଗିଆ ଅଧ୍ୟକ୍ଷା ନମିତା କହଁର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇକଳା ସଂସ୍କୃତି ବିଷୟରେ ଭାଷଣ ରଖିଥିଲେ l ଜିଲ୍ଲା ସଭାପତି ଅକ୍ଷୟ କର୍ଣ୍ଣ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପରେ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

nis-ad
Leave A Reply

Your email address will not be published.