କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣା : ତିନି ଦିନ ବିତିଗଲା ପରେ ଵି ପୋଲିସ ହାତ ଖାଲି..!!


ବିରମିତ୍ରପୁର– ବିରମିତ୍ରପୁର PWD(R&B)ସେକ୍ସନ୍ ରେ କାର୍ଯରତ କନିଷ୍ଠ ଯନ୍ତ୍ରୀ ରାଜୀବ ରଂଜନ ମହାରଣାଙ୍କୁ ଗତ 23/2/23 ତାରିଖ ସନ୍ଧ୍ୟାରେ ଶୁଭଲଗ୍ନ କନଷ୍ଟ୍ରକସନ୍ ର ମାଲିକ ତଥା ଠିକାଦାର ସିଦ୍ଧେଶ୍ଵର ମଲିକ କରୁଥିବା ନିମ୍ନ ମାନର ଢଳେଇ କାମ କୁ ନେଇ ଉଭୟ ଙ୍କ ମଧ୍ୟରେ ଯୁକ୍ତି ତର୍କ
ହୋଇଥିଲା। ଏଥିରେ ଠିକାଦାର ଉତକ୍ଷୀପ୍ତ ହୋଇ କନିଷ୍ଠ ଯନ୍ତ୍ରୀ କୁ ମାଡ ମାରି ସେଠାରୁ ପଳାଇ ୟାଇଥିଲେ ।ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବୀରମିତ୍ରପୁର ଥାନାରେ ଏତଲା ଦେଇ ଥିଲେ ।ଦୁଃଖର ବିଷୟ ଦୀର୍ଘ 72 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ଜିରଫ କରିବା ତ ଦୂରର କଥା ଥାନାକୁ ଆଣି ପଚାରି ନାହାନ୍ତି। ଅଭିଯୁକ୍ତ ନାମ ରେ କେସ ନଂ 47/2023 ରେ କେସ ପଞ୍ଜିକରଣ କରି ତିନୋଟି ଦଫା ଲାଗି ଥିଲେ ମଧ୍ୟ ଥାନାଧିକାରୀ ଚୁପ୍ ରହିବା କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାରୀ କାର୍ଯ୍ୟରତ ଜଣେ ଠିକା ଦାର ମାଡ଼ ମାରିବା ଘଟଣା କୁ ଥାନା ଅଧିକାରୀ ଅତି ହାଲକା ଭାବରେ ନେବା ପୋଲିସ ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ନା ଅଭିଯୁକ୍ତ କୁ ସୁଯୋଗ ଦେଉଛି ଜାମିନ ରେ ଯିବା ପାଇଁ l ବୋଧେ ଥାନାରେ ଯେ କୌଣସି ମାମଲା ପଞ୍ଜିକୃତ ହେଲା ପରେ କଣ ପୋଲିସ ର କର୍ତଵ୍ୟ କଣ କିଛି ନାହିଁ..? ବୀରମିତ୍ରପୁର ପୋଲିସ ତେବେ ନ୍ୟାୟ ଦେଉଛି କାହାକୁ..? ଅଭିଯୁକ୍ତ ପୋଲିସ ର ଚାତ୍ରଛାୟା ତଳେ ରହି ଘୁରି ବୁଲୁଛି କହିବା କିଛି ଭୁଲ ହେବ ନାହିଁ l ଜଣେ ଠିକାଦାର ନିମ୍ନ ମାନର କାମ କରୁଥିବା କୁ ନେଇ କନିଷ୍ଠ ଯନ୍ତ୍ରୀ ତାଗିତ କରିବା କଣ ଭୁଲ ଥିଲା..? ପୁଣି ଏହି ତାଗିତ କୁ ନେଇ ଠିକା ଦାର ସିଦ୍ଧେଶ୍ଵର ମଲିକ ମାଡ ମାରିବା ଏଠାରୁ ପ୍ରମାଣିତ ଯେ ଦୁର୍ନୀତି ର ଚେର କେତେ ଲମ୍ବା l ଶୁଣିବାକୁ ମିଳୁଛି ପୋଲିସ ଅଭିଯୁକ୍ତ କୁ ଜୁଆଇଁ ପୁଅ ମର୍ଯ୍ୟାଦା ଦେଉଛି ଯାହା ଫଳରେ ଗୁଣ୍ଡା ଗରିଦି କ୍ରମସ ବଢିବାର ଲାଗୁଛି l ଜଣେ ସରକାରୀ ଚାକିରୀଆ କୁ ମାଡ ମାରିବା ଘଟଣା କୁ ଯଦି ପୋଲିସ ଏହି ପରି ଭାବେ ଦେଖେ ତେବେ ପୋଲିସ ର ଆମ ପୋଲିସ ଗଲା କୁଆଡ଼େ ନା ଏହା ଧର୍ମକୁ ଆଖି ଠାର l ଏହି ଘଟଣା କୁ ନେଇ ଟ୍ୱିଟ କରାଯାଇଛି ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ଜିଲ୍ଲା ପାଳଙ୍କୁ ମଧ୍ୟ ତଥାପି ପ୍ରଶାସନ ଘଟଣା କୁ ନେଇ ଚୁପ ତେବେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ କିପରି…?

nis-ad
Leave A Reply

Your email address will not be published.