ଜଙ୍ଗଲ ରେ ପଡିଛି ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର : ହତ୍ୟା ସନ୍ଦେହ

ଉମରକୋଟ ( ୨୩/୦୯/୨୦୨୪) ‘ ଲୋକମାନେ ଘରର ସାମାନ୍ୟ କୁକୁଡ଼ା ହଜିଗଲେ ତାକୁ ଖୋଜି ବୁଲୁଛନ୍ତି କିନ୍ତୁ ଘରର ଜଣେ ମଣିଷ ହଜି ଗଲେ ଲୋକ ମାନେ ତାହାର ନିଖୋଜ ହେବାର ଅନୁସନ୍ଧାନ ବା ନିକଟସ୍ତ ଥାନାରେ ସୂଚିତ କରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ପ୍ରକାରେ ଏକ ଲୋମ ଟାଙ୍କୁରା ଓ ଦୁଃଖ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି,ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ଓ ଜଳଙ୍ଗପାରା ପଞ୍ଚାୟତ ଜଙ୍ଗଲ ରେ ସନ୍ଧିଗ୍ଧ ଅକ୍ଷତ ଓ ବିଭତ୍ସ ଅବସ୍ଥାରେ ପୋକ ଜୋକ ଖାଉଥିବା ଅବସ୍ଥାରେ ଜଙ୍ଗଲ ରେ ଜଣଙ୍କ ମୃତ୍ୟୁ ଶରୀର ପଡିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଆଖ ପାଖ ଗ୍ରାମ ସର୍ଗିପାରା ଓ ରେଙ୍ଗାଡ଼ିହି ଗ୍ରାମର ବାସିନ୍ଦା ମାନେ ଦାନ୍ତ କାଠି ସଂଗ୍ରହ କରିବାକୁ ଯାଇ ଥିବା ବେଳେ ଏହା ଦେଖିବାକୁ ପାଇଥିଲେ। ଏହି ବ୍ୟକ୍ତି ଜଣକ କିଏ? କୋଉଁଠୁ ଆସିଲା? ତାହା ଚିନ୍ତା କରିବା ପାଇଁ କୌଣସି ପ୍ରକାରର ଅବସ୍ଥାରେ ନ ଥିଲା ସେହି ଶରୀର । ମୃତ ବ୍ୟକ୍ତି ର ମୁହଁ ବନ୍ଧା ଓ ଗୋଡ଼ ବନ୍ଧା ଅବସ୍ଥାରେ ପୋକ ଜୋକ ମାନେ ମୁହଁର ପ୍ରାୟ ଏକ ତୃତୀଂଶୋ ଖାଇ ସାରି ଛନ୍ତି ଯାହା ଫଳରେ ସ୍ଥାନୀୟ ଲୋକମାନେ ମୃତ ବ୍ୟକ୍ତି କୁ ଚିହିଁ ପାରୁନାହାନ୍ତି ଏବଂ ଏହି ଲାସ କିପରି ଏଠି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ବି କରିଦେଇଛି । ଏହି ଖବର ରାଇଘର ଥାନାରେ ସ୍ଥାନୀୟ ଲୋକ ଖବର କଲାପରେ ରାଇଘର ଥାନା ଏସ ଆଇ ମନୋରଞ୍ଜନ ବେହେରା ସଦଳବଳେ ଘଟଣା ସ୍ଥାନରେ ପହଁଞ୍ଚି ଲାସ ଟିକୁ ଜବତ କରି ଅଧିକରୁ ଅଧିକ ଅନୁସନ୍ଧାନ ଓ ଛାନବିନ ଆରମ୍ଭ କରିଛନ୍ତି l ସୂଚନା ଥାଉକି ମୃତ ବ୍ୟକ୍ତି କୁ ହତ୍ୟା କରାଯାଇ ଏଠାରେ ଫୋପାଡ଼ି ଯାଇଛି ଏହା ଏକ ରକମ ନିଶ୍ଚିନ୍ତ ଯାହା ସବ ଟିକୁ ଦେଖିଲେ ଜାଣି ହେଉଛି l କାରଣ ତାହାର ଗୋଡ଼ ଓ ହାତ ବନ୍ଧା ଯାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି l ଏହାକୁ ନେଇ ଅନେକ ସନ୍ଧେହ ଉଙ୍କି ମରୁଛି ସୂଚନା ଥାଉକି ରାଇଘର ଅଞ୍ଚଳ ମାଓବାଦୀ ପ୍ରବଣ ହୁଏତ ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ଏହି ଘଟଣା ଘଟାଇ ପାରନ୍ତି କିମ୍ବା ଶତ୍ରୁତା କୁ ନେଇ ଏହି ଭଳି ହତ୍ୟା କରାଯାଇ ପାରେ ବୋଲି ପୋଲିସ ଓ ବୁଦ୍ଧିଜୀବୀ ମାନେ ପ୍ରଥମେ ସନ୍ଦେହ କରୁଛନ୍ତି l ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପାରି ନାହିଁ l ପୋଲିସ ମୃତ ଶରୀର ଜବତ କରି ପୋଷ୍ଟମଟମ କଲା ପରେ ହିଁ ତଥ୍ୟ ପଦାକୁ ଆସିବ l ପୋଲିସ ମୃତ ବ୍ୟକ୍ତି ର ପରିଚୟ ଜାଣିବା କୁ ଚେଷ୍ଟା କରିବା ସହିତ ଘଟଣା ଟିକୁ ଅତି ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି l

nis-ad
Leave A Reply

Your email address will not be published.