ଛାତ୍ରଙ୍କ ବୃତ୍ତି ପାଇଁ ଲାଞ୍ଚ ମାଗି ବନ୍ଧା ହଲେ ଶିକ୍ଷକ ଏବଂ ଡାଟା ଏଣ୍ଟ୍ରି ଅପରେଟର…

ଭୁବନେଶ୍ୱର: ଲାଞ୍ଚ ନେବା ନିଶା ଏତେ ଘାରିଲା ଶିକ୍ଷକ ହୋଇ ଛାତ୍ରଙ୍କୁ ଲାଞ୍ଚ ମାଗିଲେ । ଏପରିକି ଛାତ୍ର ଜଣଙ୍କ ଥାଲାସେମିଆ ରେଗରେ ପିଡିତ ଥିଲେ ମଧ୍ୟ ଲାଞ୍ଚ ନେବାକୁ ଟିକେବି କୁଣ୍ଠାବୋଧ କଲେ ନାହିଁ । ସେମାନଙ୍କ ଏଭଳି ଅମାନବିୟ କାଣ୍ଡକୁ ବୋଧ ହୁଏ ଧର୍ମ ସହିଲାନି । ଶିକ୍ଷକ ଏବଂ ତାଙ୍କ ସହଯୋଗୀ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଶେଷରେ ଭିଜିଲାନ୍ସ ବାନ୍ଧି ଜେଲ ପଠାଇ ଦେଇଛି । ଛାତ୍ରଙ୍କ ବାପାଙ୍କ ଠାରୁ ବୃତି କରାଇଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି । ଗିରଫ ସ୍କୁଲ ଶିକ୍ଷକ ଜଣଙ୍କ ହେଲେ ପ୍ରହଲାଦ ପ୍ରଧାନ । ସେ ପୁରୀ ଜିଲା ବ୍ରହ୍ମଗିରୀ ଖଣ୍ଡବଜାର ସ୍କୁଲରେ ଶିକ୍ଷକତା କରନ୍ତି । ସେହିପରି ଅନ୍ୟତମ ଅଭିଯୁକ୍ତ ଜଣଙ୍କ ହେଲେ ଡାଟା ଏଣ୍ଟ୍ରି ଅପରେଟର ଧିରେନ୍ଦ୍ର ସେନାପତୀ । ଧିରେନ୍ଦ୍ର ଜିଲା ଶିକ୍ଷା କାର୍ଯ୍ୟଳୟରେ ରାମସାରେ କାମ କରନ୍ତି ।

ଭିଜିଲାନ୍ସ ସୂଚନା ମୁତାବକ, ଜଣେ ଛାତ୍ର ୧୦ମ ଶ୍ରେଣୀରେ ପାଠ ପଢନ୍ତି । ସେ ଥାଲାସେମିଆ ରୋଗରେ ପିଡିତ । ପ୍ରତ୍ୟେକ ୧୫ ଦିନରେ ସେ ବି ପଜେଟିଭ ରକ୍ତ ନିଅନ୍ତି । ତେବେ ଛାତ୍ର ଜଣଙ୍କ ଏନ୍‌ଏମ୍‌ଏମ୍‌ଏସ୍ ସ୍କିମ୍‌ରେ ବୃତ୍ତି ପାଇଁ ଆବେଦନ କରିଥିଲେ । ହେଲେ ଏମାନେ ବୃତ୍ତି କରାଇ ଦେବାକୁ ଛାତ୍ରଙ୍କ ଠାରୁ ଲାଞ୍ଚ ମାଗିଥିଲେ । ଏଥିପାଇଁ ସମୃକ୍ତ ଛାତ୍ର ଜଣଙ୍କୁ ବହୁ ହଇରାଣ ହେବାପୁ ପଡିଛି । ଏସମ୍ପର୍କରେ ଛାତ୍ର ଜଣଙ୍କ ତାଙ୍କ ଘରେ ଜଣାଇଥିଲେ । ତେବେ ତାଙ୍କ ବାପା ହାର ମାନି ନ ଥିଲେ । ଟଙ୍କା ଦେବାକୁ ରାଜି ହୋଇ ଭିଜିଲାନ୍ସକୁ ଖବର ଦେଇଥିଲେ ।

ଭିଜିଲାନ୍ସ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ସାବାଡ କରିବାକୁ ଟ୍ରାପ ବିଛାଇଥିଲେ । ଭିଜିଲାନ୍ସ କର୍ମଚାରୀ ୨ ହଜାର ଟଙ୍କା ଆଣି କେମିକାଲ ଲଗାଇଥିଲେ । ପରେ ସମ୍ପୃକ୍ତ ଛାତ୍ରଙ୍କ ବାପା ୨ ହଜାର ଟଙ୍କା ନେଇ ଉଭୟଙ୍କୁ ଲାଞ୍ଚ ଦେଇଥିଲେ । ସେଠାରେ ଛଦ୍ମବେଶରେ ଥିବା ଭିଜିଲାନ୍ସ କର୍ମଚାରୀ ସେମାନଙ୍କୁ ଖାପ୍ କିନା ମାଡି ବସିଥିଲେ । ତେବେ ଶିକ୍ଷକ ପ୍ରହଲାଦ ଟଙ୍କା ସଂଗ୍ରହ କରିଥିଲେ । ପରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦେଇଥିଲେ । ଭିଜିଲାନ୍ସ ଉଭୟଙ୍କ ହାତକୁ ସଫା କଲା ବେଳେ ତାଙ୍କ ହାତରୁ କେମିକାଲ ବାହାରିଥିଲା । ଅନ୍ୟପକ୍ଷରେ ଭିଜିଲାନ୍ସ ଲଞ୍ଚ ଟଙ୍କାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଥିଲା । ଏହା ସହ ଉଭୟ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ରେଡ କରିଛି ।

nis-ad
Leave A Reply

Your email address will not be published.