ପୂରଣ ହେବ ୧,୫୪୩ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍‌ସ ପଦବୀ

ଭୁବନେଶ୍ୱର: ରାଜ୍ୟର ୨୨୬ଟି ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ(୪୮୮ ବର୍ଗର୍) ଉଚ୍ଚ ମାଧ୍ୟମିକ ସ୍କୁଲରେ ୧,୫୪୩ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍‌ସ ପଦବୀ ପୂରଣ ହେବ । ଏ ପଦବୀ ପୂରଣ ନିମେନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆକାଉଣ୍ଟାଟ ଜେନେରାଲଙ୍କୁ ଚିଠି ଲେଖାଯାଇଛି । ଏହି ୧,୫୪୩ ପଦବୀ ମଧ୍ୟରେ ୩୪୫ଟି ଏସ୍‌ଟି, ୨୪୮ଟି ଏସ୍‌ସି, ୧୭୨ଟି ଏସ୍‌ଇବିସି ଏବଂ ୭୭୮ଟି ଅଣ୍ଡର ରିଜର୍ଭ ବର୍ଗ ପାଇଁ ରହିଛି ।

୨୫ବିଷୟ ପାଇଁ ପୂରଣ ହେବାକୁ ଥିବା ଏହି ପଦବୀରେ ଓଡ଼ିଆରେ ସର୍ବାଧିକ ୨୫୪ ପଦବୀ ରହିଥିବା ବେଳେ ଇତିହାସରେ ୨୧୫, ରାଜନୀତି ବିଜ୍ଞାନରେ ୨୧୦, ଇଂଲିଶରେ ୧୯୫, ଅଥର୍ନୀତିରେ ୧୯୧, ଏଜୁକେସନରେ ୭୭, ଲଜିକ/ଦର୍ଶନଶାସ୍ତ୍ରରେ ୬୦, ସଂସ୍କୃତରେ ୫୩, ଉଦ୍ଭିଦ ବିଜ୍ଞାନରେ ୩୭, ରସାୟନ ବିଜ୍ଞାନରେ ୩୯, ଜୀବ ବିଜ୍ଞାନରେ ୩୪, ଗଣିତରେ ୪୪, ପଦାର୍ଥ ବିଜ୍ଞାନରେ ୩୯, ସୋସିଓଲୋଜେିର ୨୪, ବାଣିଜ୍ୟରେ ୨୮, ନୃତତ୍ତ୍ୱରେ ୧, ଭୁଗୋଳରେ ୬, ଜିଓଲୋଜେିର ୩, ହିନ୍ଦୀରେ ୩, ହୋମ୍ ସାଇନ୍ସରେ ୧୨, ଆଇଆର୍‌ପିଏମ୍ ୩, ସାଇକୋଲୋଜି ୯, ଷ୍ଟାଟିଷ୍ଟିକ୍ସ ୧, ତେଲୁଗୁ ୩ ଏବଂ ଉର୍ଦ୍ଦୁ ବିଷୟ ପାଇଁ ୨ଟି ପଦବୀ ରହିଛି ।

nis-ad
Leave A Reply

Your email address will not be published.