ଆପୋଲ ହଷ୍ପିଟାଲ୍‍ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା : “ଭାରତୀୟ ମଜଦୂର ସଂଘ”

ରାୟଗଡ଼ା : ତା:୨୨.୦୨.୨୦୨୩ ଭାରତୀୟ ମଜଦୂର ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଆପୋଲ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ଵର ଆପୋଲୋ ହଷ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ରାଜ୍ୟ ସଂମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଆଜିର ଏହି ସାମ୍ୱିଦିକ ସମ୍ମିଳନୀରେ ଜଣାଇଛନ୍ତି ।
ଓଡିଶାର ଗରିବ ଜନ ସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୦୭ ମସିହାରେ ଆପୋଲୋ ହଷ୍ପିଟାଲକୁ ସାଗ ମାଛ ଦରରେ ଜମି ଯୋଗାଇ ଦେଇଥିଲେ । ୨୦୧୦ ମସିହାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହା ଚାଲୁ ହେଲା । କିଛି ଦିନ ପରେ ଜଣେ ରୋଗୀର ଅଗୋଚରରେ ତାଙ୍କ କିଡନି କାଢି ନିଆଯାଇଥିଲା । ଯାହାକି ହ୍ୟୁମାନ ରାଇଟସ୍‍ କମିଶନ ତଥା ମାନ୍ୟବର ଉଚ୍ଚ ନ୍ୟାୟଳୟ ଆପୋଲୋକୁ ଦଣ୍ଡିତ କରିଥିଲେ । ତାହାର କିଛି ଦିନ ପରେ ନାର୍ତ୍ତୋକୁ ମିଥ୍ୟା ବିଲ୍‍ ଦେବା ଅଭିଯୋଗରେ ଆପୋଲୋର ୨ଜଣ କର୍ମଚାରୀଙ୍କୁ ପୋଲିସ୍‍ ଗିରଫ କରିଥିଲେ । ବର୍ତ୍ତମାନ ୨ଜଣ ଆପୋଲୋ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ଏହି କର୍ମଚାରୀଙ୍କ ଦ୍ୱାରା ଅନୈତିକଭାବେ ବିନା ଲାଇସେନ୍‍ସରେ ଲେବର ଡିପାର୍ଟମେଣ୍ଟର ବିନା ପରିମିଶନରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗତ ବର୍ଷ ଜଣେ ହିତାଧିକାରୀଙ୍କୁ ଯେପରି ଭାବରେ ଟଙ୍କା ନେଇ ଚିକିତ୍ସା କରିଥିଲେ ତାହା ଗଣମାଧ୍ୟରେ ଛର୍ଚ୍ଚା ହୋଇଥିଲା । ଦୀର୍ଘ ୧୨ ବର୍ଷ ଭିତରେ ଆପୋଲୋ ହଷ୍ପିଟାଲ ଉନ୍ନତ ମାନର ଜନସେବା ନାମରେ ନିଜର ବ୍ୟବସାୟ ବୃଦ୍ଧି କରିବା ବ୍ୟତିତ ଅନ୍ୟ କିଛି କରିନାହିଁ । ଖାଲି ଜନସାଧାରଣଙ୍କୁ ନୁହେଁ ହଷ୍ପିଟାଲରେ ଥିବା କର୍ମଚାରୀମାନେ ମଧ୍ୟ ଅନୁରୂପ ହଇରାଣ ହରକତ ହେଉଛନ୍ତି । ଗତ ଦିନରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନାହିଁ । କିଛି ଦିନ ତଳେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ କରାଯାଇଥିଲା । ସମସ୍ତ ପ୍ରକାର ଅନୁସନ୍ଧାନ ପରେ ଆରୋପିକୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆଜିବି ସେମାନେ ଖୋଲାମ୍‍ ଖୋଲା ବୁଲୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଶେଷଭାବେ ଫାର୍ମାସୀ ଓ କର୍ମଚାରୀମାନଙ୍କୁ ବ୍ରେକ ଡ୍ୟୁଟି ଦିଆଯାଉଛି ଏବଂ ବ୍ରାଂଚରେ ଆବଶ୍ୟକରୁ କମ୍‍ କର୍ମଚାରୀ ନିୟୋଜନ କରି ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରାଯାଉଛି । କାଜୁଆଲ ଲିଫ୍‍, ସିକ୍‍ ଲିଫ୍‍ ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ ନାହିଁ । ଅଭିଯୋଗ କଲେ ଚାକିରୀରୁ ବାହାର କରିବା ପାଇଁ ଧମକ ଦିଆଯାଉଛି ।
ଏ ସମସ୍ତ କାର୍ଯ୍ୟ କମ୍ପାନୀର ୨ଜଣ ପ୍ରମୁଖ ଅଧିକାରୀ ସୁରେଶ ରେଡି ଓ ସୁଧିର ଦିଗିକର ଙ୍କ ଦ୍ୱାରା କରାଯାଉଛି । ଯାହାକି ହଷ୍ପିଟାଲକୁ ଜନସାଧାରଣରେ ବଦନାମ କରାଯାଉଛି । ଭିତରେ କାର୍ଯ୍ୟରତ ମହିଳା କର୍ମଚାରୀ ଆଜି ଅସୁରକ୍ଷିତ ହୋଇ ପଡିଛନ୍ତି ।
ଏ ସବୁ ର୍ଦୁନୀତିର ଫର୍ଦ୍ଦାଫାସ୍‍ କରୁଥିବା ଆପୋଲୋ ହଷ୍ପିଟାଲ ମଜଦୂର ସଂଘର ସାଧାରଣ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇ କର୍ମଚାରୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି । ଶ୍ରମିକ ସଂଗଠନକୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । ଯଦି ଆପୋଲୋ ହଷ୍ପିଟାଲ ଏହିସବୁ ଶ୍ରମିକ ଶୋଷଣ ନୀତି ଜାରି ରଖନ୍ତି ତେବେ ବାଧ୍ୟ ହୋଇ ଭାରତୀୟ ମଜଦୂର ସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଗଣ ଧାରଣା ଦିଆଯିବ ଏବଂ ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଜଣାଇଛନ୍ତି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ଜିଲ୍ଲା ଉପଦେଷ୍ଟା ଶ୍ରୀ କିଶୋର କୁମାର ସାହୁ , ରାୟଗଡ଼ା ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , ବିଶ୍ଵକର୍ମା ମଜଦୁର ସଂଘ ର ପ୍ରଳୟ ସାହୁ ଏବଂ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.