ବଗିଚାରେ ନିଆଁ ଲାଗି ଏକ ହଜାରରୁ ଉର୍ଦ୍ଧ କାଜୁ ଓ ପାଞ୍ଚଶହରୁ ଉର୍ଦ୍ଧ ଆମ୍ବ ଗଛ ଜଳି ପାଉଁଶ, ଚାଷୀ ମୁଣ୍ଡରେ ଚଡକ…

ଦାରିଙ୍ଗବାଡ଼ି, ୨୩/୦୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଏକ ଅଭାବ ନିୟ ଘଟଣା ଘଟି ଯାଇଛି। ଯାହାକି ମୃତ୍ୟୁ ଠାରୁବି ଅତି ମର୍ମନ୍ତୁତ। ଗତକାଲି ଦିବା ପ୍ରାୟ ୧୨ଘଣ୍ଟା ସମୟରେ ବ୍ରାହ୍ମଣୀଗାଁର ଚାଷୀ ମାରିଆନ ସିଂ ଙ୍କ ୩ହେକ୍ଟର ଜମିରେ ଲାଗିଥିବା ଏକ ହଜାର ରୁ ଉର୍ଦ୍ଧ କାଜୁ ଓ ପାଞ୍ଚଉଶହରୁ ଉର୍ଦ୍ଧ ଆମ୍ବ ଗଛ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଚାଷୀଙ୍କ କହିବା କଥା କାଜୁ ଗଛରୁ ୬ ବର୍ଷ ହେବ ମଞ୍ଜି ଆଦାୟକରି ଭଲ ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏହି ବର୍ଷ ପୁଣି ପ୍ରତେକ କାଜୁ ଓ ଆମ୍ବ ଗଛରେ ଫୁଲ (ବଉଳ) ଧରିଥିଲା। ଚାଷୀ ମାରିଆନ ସିଂ ଙ୍କ କହିବା କଥା ଗୋଟିଏ ଗୋଟିଏ କାଜୁ ଗଛରୁ ସର୍ଵ ନିମ୍ନ ୧୦ରୁ ୧୫ କିଲୋ କାଜୁ ଆଦାୟ କରି ପାରିଥାନ୍ତେ। ତା ମାନେ ୧ହଜାର କାଜୁଗଛରୁ ୧୦ଟନ କାଜୁ ମଞ୍ଜି ଆଦାୟ କରି ପରି ଥାନ୍ତେ। ଯାହାର ମୂଲ୍ୟ ଅତି କମରେ ୧୦ ଲକ୍ଷରୁ ଅଧିକ ଟଙ୍କା ହୋଇଥାନ୍ତ। ସେହିପରି ୫୦୦ ଆମ୍ବ ଗଛରୁ ଆମ୍ବ ବିକ୍ରି କରି ଭଲ ରୋଜଗାର ପାଇବାର ଆଶା ବାନ୍ଧି ଥିଲେ। ହେଲେ କ୍ଷଣିକ ଭିତରେ ସେମାନଙ୍କର ଆଶା ସବୁ ପୋଡି ପାଉଁଶ ହୋଇ ଯାଇଥିବା କହି ସପରିବାରେ କନ୍ଧୁଛନ୍ତି। କାଜୁ ବଗିଚା ମାରିଆନ ସିଂଙ୍କ ଘରଠାରୁ ପ୍ରାୟ ୧ କିମି ଦୁରରରେ ଅବସ୍ଥିତ।ଯେତେ ବେଳେ ନିଆଁ ଲାଗିଥିବା ଖବର ପାଇଛନ୍ତି। ପରିବାର ସଦସ୍ୟ ଗଣ ସମସ୍ତେ ନିଆଁ ଲିଭାଇବାକୁ କାଜୁ ବାଡିରେ ଯାଇ ପହଁଚି ଛନ୍ତି। ବଗିଚା ସାରା ନିଆଁ ମାଡି ଯାଇଛି ଯାହାକି ସେମାନଙ୍କର ଆୟତ୍ତ କରିବା କ୍ଷମତା ନଥିଲା। ଦଦୁର୍ଭାଗ୍ୟର ବିଷୟ ଏହିକି ଯେ ବ୍ରାହ୍ମଣୀଗାଁରେ ସେହି

ସମୟରେ ନେଟ ୱାର୍କ ନଥିଲା। ଅଗ୍ନିଶମ କାର୍ଯ୍ୟାଳୟ ବ୍ରାହ୍ମଣୀଗାଁ ଠାରୁ ୪୦କିମି ଦୂର ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ଅବସ୍ଥିତ। ବାଧ୍ୟ ହୋଇ ଚାଷୀ ଜଣକ ଦୌଡ଼ି ଯାଇ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଛନ୍ତି। ବନାଞ୍ଚଳ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଫାୟାର ଟିମ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି ସତ, କିନ୍ତୁ କାଜୁ ବଗିଚାରେ ଲାଗିଥିବା ନିଆଁକୁ ଆୟତ କରିବା କ୍ଷମତା ବାହାରେ ଥିବାରୁ ବାଧ୍ୟ ହୋଇ ପରେଷ୍ଟ ଫାୟାର ଟିମ କାଜୁ ବଗିଚା ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ହୁଏତ ନିଆଁ ମାଡି ଯାଇ ପାରେ ଭାବି ରିଜର୍ଭ ଜଙ୍ଗଲକୁ ସୁରକ୍ଷା ଦେଇଥିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ଅଞ୍ଚଳର ସଫଳ ଚାଷୀ ହିସାବରେ ସରକାରୀ ଓ ବେସରକାରୀ ସ୍ତରରେ ବେଶ ଜଣାଶୁଣା। ସେ ଉଦ୍ୟାନ ବିଭାଗ, କୃଷି ବିଭାଗ ଓ ବାଲିଗୁଡା ସ୍ଥିତ ଆଇ ଟି ଡି ଏ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପାଇ ଆଗକୁ ବଢିଥିଲେ ହେଲେ ସବୁ ଆଜି ନିଆଁରେ ଜଳି ପୋଡି ନଷ୍ଟ ହୋଇ ଯାଇଛି। ଏଣୁ ଏହି ଦୁର୍ଦିନରେ ମାରିଆନ ସିଂ ଙ୍କ ପରିବାରକୁ ଆର୍ଥିକ ସହାୟ୍ଯତ ଯୋଗାଇ ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ସର୍ଵ ସାଧାରଣ ଜିଲା ପ୍ରଶାସନଙ୍କ ନିକଟରେ ନିବେଦନ କରିଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.