ବିବାହ ଭୋଜିରେ ମାରପିଟ : ଥାନାରେ ୩ ମାମଲା

ହିଞ୍ଜିଳିକାଟୁ, ୯ା୨: ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଗୋଟିଏ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ । ପ୍ରମୋଦଙ୍କୁ ପ୍ରଥମେ ହିଂଜିଳିକାଟୁ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ବୁଧବାର ରାତିରେ ମଧ୍ୟ ୨ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୁରୁବାର ଏହି ଘଟଣା ନେଇ ରାଜନୈତିକ ବିବାଦ ସୃଷ୍ଟି ହେବା ସହ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଗୁରୁତର ଆହତ ପ୍ରମୋଦଙ୍କ ପତ୍ନୀ ବବି ପୋଲାଇ , ଗ୍ରାମର ସୁଧାକର ପୋଲାଇ ଓ ଭିକୁ ନାୟକଙ୍କ ଅଭିଯୋଗ କ୍ରମେ ହିଂଜିଳି ଥାନାରେ ୩ଟି ପୃଥକ ମାମଲା ନଂ- ୮୭,୮୮ ଓ ୮୯/୨୩ ରୁଜୁ ହୋଇଛି । ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଚଲାଇଛି ।

nis-ad
Leave A Reply

Your email address will not be published.