ମଟର ସାଇକେଲ ମୁହାଁମୁହିଁ ଧକାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୦୯/୦୨୨, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପ୍ଲିହେରି ନିକଟ ସସ୍କୁଟି ନିକଟରେ ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକାରେ ମଟର ସାଇକେଲ ଚାଳକ ବିପିନ ପ୍ରଧାନ (୩୨) ଗୁରୁତର ହୋଇ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବୁଡାନପିପାଲି ଗ୍ରାମର ବିପିନ ପ୍ରଧାନ (୩୨) ଦନେକବାଡ଼ି ଗ୍ରାମର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟଣାରେ ଯୋଗଦେଇ ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ନିଜ ଗ୍ରାମ ବୁଡାନପିପାଲି ଯିବା ପାଇଁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିଲେ । ସେହି ସମୟରେ ବାଡ଼ିପଦର ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ମଟର ସାଇକେଲରେ ଦାରିଙ୍ଗବାଡ଼ିରୁ ଦନେକବାଡ଼ି ଯିବା ସମୟରେ ସସ୍କୁଟି ନିକଟରେ ଦୁଇ ମଟର ସାଇକେଲ ମୁହାଁମୁହିଁ ଧକାରେ ବିପିନ ଗୁରୁତର ହୋଇଥିଲେ । ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଥିବାରୁ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.