ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ : ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୟୁଥ୍ ରେଡ୍ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ଯକ୍ଷା ତନୁଜା ସିଂହ ଉଦ୍ଘାଟନ କରିଥିଲେ ଥିଲେ । ଫୁଲବାଣୀ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡ. ଜୟଦୀପ ଘୋଷଙ୍କ ତତ୍ତ୍ବାବଧାନରେ ଏବଂ ମହାବିଦ୍ୟାଳୟର ୟୁଥ୍ ରେଡ କ୍ରସ କାଉନସିଲ ର ଶ୍ରୀମତୀ ଯଶୋଦା ଜେନାଙ୍କ ସଂଯୋଜନା ତଥା ମହାବିଦ୍ୟାଳୟର ରେଡ ରିବନ୍ କ୍ଲବର ସ୍ବେଚ୍ଛାସେବୀଙ୍କ ସହଯୋଗିତାରେ ଏଥିରେ ବହୁ ପରିମାଣରେ ଛାତ୍ରୀ ମାନେ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ। ଏହି ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ତଥା ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କର
ମୋଟ ୮୫ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ପ୍ରାଧ୍ୟାପକ କୁଶ ନାୟକ, ଅଧ୍ୟାପକ ପୀତବାସ ବିଶୋଇ, ସୁନୀଲ କୁମାର ମଲ୍ଲିକ , ସିଲୁ ଗୌଡ, ସତ୍ୟବାନ ରାଉତ,ମନ୍ମଥ କୁମାର ବାରିକ, ମାନସକୁମାର, ବିଭୂତି ଭୂଷଣ ସ୍ବାଇଁ, ମଦନ ପ୍ରଧାନ, ଶିବଶଙ୍କର ପ୍ରଧାନ
ଚିତ୍ରସେନ ସାହୁ , ଜିତେନ୍ଦ୍ର କୁମାର ମହାନ୍ତି, ଅବିନାଶ ମହାପାତ୍ର, ଅମରନାଥ କହଁର, ମନୋଜ ବେହେରା ନରେଶ କୁମାର ବେହେରା, ଅଧ୍ୟାପିକା ଅଭୀସ୍ପା ପ୍ରିୟଦର୍ଶିନୀ, ସୁନିତା ପ୍ରଧାନ, ସଂଗୀତା ମଲିକ, ମିଶା ବିଶ୍ବାଳ, କମଲେଶ ମହାପାତ୍ର , ବଳରାମ ପ୍ରଧାନ, ବିଶ୍ବଜିତ ସାହୁ, ଡମ୍ବୁରୁଧର କହଁର ଓ ଯୋଗେଶ୍ବର ମୁଖୀ ରକ୍ତଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ବ୍ଲଡ୍ ବ୍ୟାଙ୍କ ତରଫରୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.