ଛତିଶଗଡ଼ରେ ବଡ ଧରଣର ମାଓ ଅପରେସନ ରେ ୩୬ ନକ୍ସଲ ନିପାତ ମୃତ, ମୃତ ନକ୍ସଲଙ୍କ ପରିଚୟ ଖୋଜୁଛି ପୁଲିସ

ମାଲକାନଗିରି, ୫।୧୦ : ଛତିଶଗଡ ନାରାଣପୁର ଜିଲ୍ଲାରେ ଗତକାଲି ଚଳିତ ବର୍ଷର ସବୁଠାରୁ ବଡ ଏନକାଉଣ୍ଟର ହୋଇଛି। ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଅନେକ ବଡ ବଡ ମାଓ ନେତା ଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଜବତ ହୋଇଛି ଯାହା ମଧ୍ୟରେ ରହିଛି ନକ୍ସଲଙ୍କ କିଟ୍ ବ୍ୟାଗ, ଲ୍ୟାଣ୍ଡମାଇନ, AK-47 ଏକେ ୪୭ରାଇଫଲ, ଏସ ଏଲ ଆର ବନ୍ଧୁକ ଓ ଏଲ ଏମ ଜି ପରି ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର । ଆଜି ସକାଳୁ ସେହି ଜଙ୍ଗଲ ରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ସେଠାରେ ଚାଲିଥିବା ୪୮ ଘଣ୍ଟାର ଜୋରଦାର ମାଓ ଅପରେସନ ପରେ ଆଜି ସକାଳୁ ଜଙ୍ଗଲ ଭିତରୁ ଫେରୁଛନ୍ତି ସୁରକ୍ଷା କର୍ମୀ । ଡି.ଆର.ଜି ବାହିନିର ଜବାନ ମାନେ ଜଙ୍ଗଲ ରାସ୍ତା ଦେଇ ମୃତ ନକ୍ସଲଙ୍କ ଶବକୁ କାନ୍ଧରେ ବୋହି ବୋହି ଆସୁଥିବା ବେଳେ ଦନ୍ତେଶ୍ବରି ବାହିନିର ମହିଳା କମାଣ୍ଡୋ ମାନେ ନକ୍ସଲ ଶିବିରରୁ ଜବତ ହୋଇଥିବା ମାଓ ସାମଗ୍ରୀକୁ ନେଇ ଆଗେଇ ଚାଲିଛନ୍ତି । ଦିର୍ଘ ସମୟ ଧରି ଏପରି ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ଜବାନଙ୍କ ସହ ହାତ ମିଳାଇ ସେମାନଙ୍କୁ ସାବାସି ଦେଇଛନ୍ତି ବସ୍ତର ଆଇ.ଜି. ସୁନ୍ଦର ରାଜ୍ ପି. । ଗତକାଲି ଛତିଶଗଡ ନାରାଣପୁର ଓ ଦନ୍ତେୱାଡା ଜିଲ୍ଲାର ସିମାବର୍ତ୍ତୀ ଅଞ୍ଚଳ ଅବୁଜମାଡ ଜଙ୍ଗଲର ଥୁଲଥୁଲି ଗାଁ ନିକଟରେ ହୋଇଥିଲା ଦେଶର ସବୁଠାରୁ ବଡ ନକ୍ସଲ ଏନକାଣ୍ଟର । ଥୁଲଥୁଲି ପାହଡ ଉପରେ ନକ୍ସଲ ଙ୍କ ଏକ ବଡ ଟିମ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଦନ୍ତେୱାଡା ଜିଲ୍ଲାର ଡି.ଆର.ଜି ଓ ନାରାଣପୁର ଜିଲ୍ଲାର ଏସ.ଟି.ଏଫ ବାହିନି ପକ୍ଷରୁ ସେଠାରେ ଆରମ୍ଭ ହୋଇଲା ମିଳିତ ଅପରେସନ । ପ୍ରାୟ ଏକ ହଜାର ସୁରକ୍ଷା କର୍ମୀ ଘେରି ଯାଇଥିଲେ ଶହେରୁ ଅଧିକ ନକ୍ସଲ ଙ୍କୁ । ଦିର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ପରେ ନକ୍ସଲ ମାନେ ଘଟଣା ସ୍ଥଳରୁ ପଳାୟନ କରିବା ପରେ ସେଠାରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଜଙ୍ଗଲ ଭିତରେ ତଲାସି ଅଭିଯାନ କରି ୩୧ ଜଣ ନକ୍ସଲ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ ସୁରକ୍ଷାକର୍ମୀ । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଅପରେସନ ଜାରି ରହିଥିବା ନେଇ ସୁଚନା ଦେଇଛନ୍ତି ଦନ୍ତେୱାଡା ଏସ.ପି. ଗୌରବ ରାୟ, ଏନକାଣ୍ଟର ପରେ ମୃତ ମାଓବାଦିଙ୍କ ଶବକୁ ନେଇ କ୍ୟାମ୍ପକୁ ଫେରିବା ଜବାନଙ୍କ ପାଇଁ ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ରାତିର ଅନ୍ଧକାର ତୋ ଅନ୍ୟପଟେ ପାଦ ଚଲା ଜଙ୍ଗଲ ରାସ୍ତାରେ ମାଓବାଦିଙ୍କ ଲ୍ୟାଣ୍ଡମାଇନର ଭୟ । ଯେଉଥି ପାଇଁ ରାତିରେ ମଧ୍ୟ ଅପରେସନକୁ ଜାରି ରଖିଥିଲେ ସୁରକ୍ଷା କର୍ମୀ । ସକାଳେ ସି.ଆର.ପି.ଏଫ ବାହିନିର ଜବାନ ମାନେ ଜଙ୍ଗଲ ଭିତରେ ପ୍ରବେଶ କରିବା ପରେ ଅପରେସନକୁ ସମ୍ଭାଳିଥିଲେ । ଡି.ଆର.ଜି ଓ ଏସ.ଟି.ଏଫ ବାହିନିର ଜବାନ ମାନେ ସାମିଲ ଥିଲେ। ଭୋକିଲା ପେଟରେ ୪୮ ଘଣ୍ଟାର ଅପରେସନ ପରେ ଗଛ ତଳେ ରୋଷେଇ କରି ମୁଠାଏ ଭାତ ଡାଲି ଖାଉଛନ୍ତି କିଛି ମହିଳା ଓ ପୁରୁଷ ସୁରକ୍ଷା କର୍ମୀ । ଏଠାରୁ ଫିଟ୍ ହୋଇ ପୁଣି ଚାଲିଛନ୍ତି ଦନ୍ତେୱାଡା ପୋଲିସ ମୁଖ୍ୟାଳୟକୁ । ଯେଉଁଠି ମୃତ ମାଓବାଦୀଙ୍କ ଶବ ବ୍ୟାବଚ୍ଛେଦ କରାଯିବା ସହ ଶବ ଚିହ୍ନଟ ମଧ୍ୟ କରାଯାଉଛି । ଏହି ଘଟଣାରେ ଡି.ଆର.ଜି ବାହିନିର ଜଣେ ଜବାନ ଆହତ ହୋଇଛନ୍ତି । ଆହତ ଜବାନ ରାମଚନ୍ଦ୍ର ୟାଦବଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ନିଜେ ମେଡିକାଲକୁ ଯାଇ ଜବାନଙ୍କ ସ୍ବାସ୍ଥ୍ୟ ଅବସ୍ତା ପଚାରି ବୁଝିଥିଲେ । ବସ୍ତର ଆଇ.ଜି. ସୁନ୍ଦର ରାଜ ପି ଦନ୍ତେୱାଡା ଯାଇ ଜବାନଙ୍କ ମନ ବଳ ବଢାଇବା ସହ ବର୍ତ୍ତମାନ ସୁଦ୍ଧା ଅପରେସ ଜାରି ରହିଥିବା କଥା କହିଛନ୍ତି ।
ଛତିଶଗଡରେ ମାଓ ଏନକାଉଣ୍ଟର ପରେ ମାଲକାନଗିରି ଜିଲ୍ଲାର ସିମାନ୍ତ ବର୍ତ୍ତୀ ଅଞ୍ଚଳକୁ ସିଲ କରାଯାଇଛି । ମୋଟୁ ଠାରୁ ଆରମ୍ଭ କରି ମାଥିଲିର ତୁଳସି ପାହାଡ ପର୍ଯ୍ୟନ୍ତ ଛତିଶଗଡ ସିମାରେ ହାଇ ଆଲର୍ଟ ଜାରି କରାଯାଇ ଛତିଶଗଡ଼ ଆଡୁ ଆସୁଥିବା ସମସ୍ଥ ଯାନବାହାନ ଗୁଡିକୁ ପୁଲିସ ପକ୍ଷରୁ ଯାଞ୍ଚ କରା ଯାଉଛି।

nis-ad
Leave A Reply

Your email address will not be published.