୧୫୧ ନୂତନ ପ୍ରାଥମିକ ଶିକ୍ଷକ କନ୍ଧମାଳରେ ନିଯୁକ୍ତି

ଫୁଲବାଣୀ : କନ୍ଧମାଳରେ ୧୫୧ ନୂତନ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି | ସମାନେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଆଣିବା ପାଇଁ ଯାଇଛନ୍ତି | ସାଙ୍ଗରେ ୨ ଜଣ ବିଇଓ ରଞ୍ଜନ ପ୍ରଧାନ ଓ ଜଗନ୍ନାଥ ସାହାଣୀ, ୨ ଜଣ ଏବିଇଓ ,ଜୋତ୍ସ୍ନାରାଣୀ ମଲ୍ଲିକ ଓ ବୁଲୁ ଦେଶୀ ନାୟକ, ଦୁଇଜଣ ସିଆରସିସି ସରିତା କୁମାରୀ ମହାରଣା ଓ ଜୟନ୍ତୀ ଦିଗାଲ ସହିତ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର ଶେଖର ବେହେରାଙ୍କ ନେତୃତ୍ୱ ରେ ୩ ଟି ବସରେ ଯାଇଛନ୍ତି। ଆଜି ୪:୩୦ ମିନିଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ନିଯୁକ୍ତି ପତ୍ର ଗ୍ରହଣ କରିବେ। ଆଜି ସକାଳୁ ୩ ଟି ବସ ରେ ଡିଇଓ ପ୍ରମୋଦ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ୧୫୧ ଜଣ ନୂତନ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଭୁବନେଶ୍ୱର ଗସ୍ତ କରିଥିଲେ | ଆସନ୍ତା ସୋମବାର ଦିନ ସେମାନେ କନ୍ଧମାଳର ବିଭିନ୍ନ ସ୍କୁଲ ରେ ଯୋଗଦାନ କରିବେ।

nis-ad
Leave A Reply

Your email address will not be published.