ପିଇବା ପାଣିର ଘୋର ସଙ୍କଟ…

ଉମରକୋଟ : ଉମେରକୋଟ ପୌରପରିଷଦ ଅନ୍ତର୍ଗତ, ୧ ନଂ ୱାର୍ଡର ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ଦେଖାଦେଇଛି ପିଇବା ପାଣିର ଘୋର ସଙ୍କଟ |
ସୂଚନା ପ୍ରକାରେ ଦୀର୍ଘ ଦୁଇ ବର୍ଷ ଧରି ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଉମରକୋଟ ପୌରପରିଷଦ କାର୍ଯ୍ୟନିର୍ବାହୀଙ୍କୁ ଏବଂ ପିଇବା ପାଣି ବିଭାଗକୁ ବହୁ ଥର ଜଣାଇବା ସତ୍ତ୍ବେ କେହି କର୍ଣ୍ଣପାତ କରୁନାହାନ୍ତି l ସମସ୍ତ ଗ୍ରାମବାସୀ କେବଳ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି, ଯଦି କୌଣସି କାରଣ ବଶତଃ ନଳକୂପ ଟି ଖରାପ ହୋଇଯାଏ ତେବେ ପିଇଁବା ପାଣି ଟୋପାଏ ପାଇଁ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବେ l ଆଗକୁ ଖରାଦିନ | ଏବେ ଠାରୁ ଯଦି ଗ୍ରାମବାସୀ ପାଣି ଟୋପାଏ ପାଇଁ ନଳକୂପରେ ଧାଡିରେ ଛିଡା ହେଇଛନ୍ତି ତେବେ ଆଗାମୀ ଦିନର ଅବସ୍ଥା କଣ ହେବ ଅନୁମାନ କରିହେଉଛି | ତେଣୁ ପୌର ପରିଷଦ ଏବେଠାରୁ ଧ୍ୟାନ ଦେବା ଜରୁରୀ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି |

ଏଠାରେ ସୂଚନା ଥାଉକି ଏହି ଅଂଚଳରେ ପ୍ରାୟ ୬୦୦ ଲୋକ ବସ ବାସ କରୁଛନ୍ତି କିନ୍ତୁ ଅଂଚଳରେ ମାତ୍ର ଚାରୋଟି ନଳକୂପ ତାହା ପୁଣି ଖରପ ହୋଇ ପଡିଛି ଏଥି ପ୍ରତି ମଧ୍ୟ କାହାର ଦୃଷ୍ଟି ପଡୁନାହିଁ | ଯେମିତି ଜଣା ପଡୁଛି ଏହି ଅଞ୍ଚଳ ପୌରପରିଷଦର ବୋଧେ ସାବତ ପୁଅ | ଖରା ଦିନ ପୂର୍ବରୁ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଲୋକେ ରାଜ ରାସ୍ତା କୁ ଓଲ୍ହାଇ ବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି |

nis-ad
Leave A Reply

Your email address will not be published.