ଆରମ୍ଭ ହେଲା ମାଁ ପିତାବଳୀ ପୂଜା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଉପମାଲା ଗାଁରେ ଥିବା ମାଁ ପିତା ବଳୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁ ପିତା ବଳୀ ପୂଜା ଉପଲକ୍ଷେ ଯାତ୍ରା ଆରମ୍ଭ ହୋଇଛି । ଦୀର୍ଘ ୪୪ବର୍ଷ ଧରି ଏହି ଉପମାଲା ଗାଁ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଅସୁଥିବା ବେଳେ ଚଳିତ ବର୍ଷ ମଧ୍ୟ୍ୟ ଏହି ଯାତ୍ରା ବହୁ ଧୂମଧାମ ରେ ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟା ୫ ସମୟରେ ଗ୍ରାମବାସୀ ମା ପିତା ବଳୀ ମାଁ ଙ୍କ ପୂଜାର୍ଚ୍ଚନା ଏକ ସୁସଜ୍ଜିତ ବିମାନରେ ଏକ ବିରାଟ ପଟୁଆର ସହ ବାଜାବାଦ୍ୟ ବଜାଇ କଳସ ଶୋଭାଯାତ୍ରାରେ ପରିକ୍ରମା କଲାପରେ ମନ୍ଦିର ପରିସରରେ କରାଯାଇ ମାଁ ପୂଜା ଆରମ୍ଭ ହୋଇଥିଲା । ମାଁ ପିତା ବଳୀ ପୂଜା ଦିର୍ଘ ୫୦ ହେବ ମାଲା ଗାଁ ରେ ପାଳନ ହୋଇଥିବା ବେଳେ ଆଜି ଏହି ପୁଜା କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ ସ୍ଥାନୀୟ ସରପଞ୍ଚ ରସ୍କିତା କହଁର ଙ୍କ ସହ ସମିତି ସଭ୍ୟ ଦିଲ୍ଲିପ କୁମାର ଦିଗାଲ ସାମିଲ ହୋଇଥିଲେ । ଅନ୍ୟପଟେ ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଯାତ୍ରା ପରିଚାଳନା କମିଟି ସଭାପତି ଡଗିଲା କହଁର ଙ୍କ ସହ ,ସମ୍ପାଦକ ଦୁଗୁନି ଦିଗାଲ,ସହ ସମ୍ପାଦକ ଦିଲ୍ଲୀପ କୁମାର ଦିଗାଲ, ସହ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ଯାତ୍ରା କୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ଏହି ମାଁ ପିତା ବଳୀ ପୂଜା ର ମୁଖ୍ୟ ଦେହୁରୀ ଗୋପାଳ କହଁର ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ । ସେପଟେ ତିନି ଦିନ ଧରି ଯାତ୍ରା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହା ପୈରାଣି ନାଟକ ରାମାୟଣ ଓ ସାମାଜିକ ନାଟକ କାର୍ଯ୍ୟକ୍ରମ ରହିଛି । ପିତା ବଳୀ କମିଟି ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିଲା ।

nis-ad
Leave A Reply

Your email address will not be published.