ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନ ସିଟି, ପୋଲିସ ପକ୍ଷରୁ କାରକେଡ୍‌ ରିହରସଲ୍‌…

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନ ସିଟି। ସୁରକ୍ଷା ବ୍ୟବସ୍ଥା ନେଇ ଆଜି ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ହେବ କାରକେଡ୍‌ ରିହରସଲ୍‌।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍‌ଣ ୧୨ଟା ୨୫ରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ଅପରାହ୍‌ଣ ୪ଟା ୧୫ରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏଥିପାଇଁ ଏୟାରପୋର୍ଟରୁ ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ କଡ଼ା ସୁରକ୍ଷା ବଳୟରେ ରହିବ । ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଡ. ସୌମ୍ୟା ସ୍ୱାମୀନାଥନଙ୍କୁ ସମ୍ମାନସୂଚନ D.SC, ପୂର୍ଣ୍ଣମାସୀ ଜାନୀ, ସୁନିଥା କ୍ରିଷ୍ଣା ଓ ଅରୁଣା ମହାନ୍ତିଙ୍କୁ ସମ୍ମାନସୂଚକ ଡି. ଲିଟ୍‌ ପ୍ରଦାନ କରାଯିବ । ସେହିପରି ୧୧ ତାରିଖ ସକାଳ ୯ଟା ୧୫ରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯିବେ ।

ଗତକାଲି ଡିସିପି ପ୍ରତୀକ ସିଂ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ବିଦ୍ୟାଧରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ୍‌ କଂଗ୍ରେସକୁ ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୨୦୦ରୁ ଅଧିକ ଅଫିସର ।

nis-ad
Leave A Reply

Your email address will not be published.