ଜିଲ୍ଲା ଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବି, ୧୨ ଘଣ୍ଟିଆ କୋରାପୁଟ୍‌ ବନ୍ଦ

କୋରାପୁଟ: ଆଜି ଅବିଭକ୍ତ କୋରାପୁଟ ବନ୍ଦ ।  ୪ ଜିଲ୍ଲାରେ ଚକଅଖ ଜାମ୍ । କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ସରକାରୀ ଚାକିରିରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଛି  । ଗାଡ଼ି ଚଳାଚଳ ପ୍ରଭାବିତ ।  ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଥିବା ବେଳେ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।

ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ, ଜିଲ୍ଲା ଓକିଲ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।  ପାର୍ବଣ ସମୟ ଓ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଯୋଗୁ ସେମାନଙ୍କ ପାଇଁ କୋହଳ କରାଯିବ ।  ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ ।  ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ଜିଲ୍ଲା ବାହାରୁ ଅନେକ ନିଯୁକ୍ତି ପାଉଥିବା ବେଳେ ସୁବିଧା ଦେଖି ପରବର୍ତ୍ତୀ ମୁହୁର୍ତ୍ତରେ ସେମାନେ ନିଜ ଜିଲ୍ଲାକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.