୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ପୁରୀ: ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପ ନାଁରେ ଘର ଘର ରଥ ବୁଲି ଯେଉଁ ଚାଉଳ ସଂଗ୍ରହ ହୋଇଥିଲା ପ୍ରାୟ ୬ ମାସ ଧରି ପଡିରହିବା ପରେ ଆଜି ଶେଷରେ ନିଲାମ ହୋଇଛି । ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଆଜି କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ।

ତେବେ ଚଳିତ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନା ବେଳେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ନାଁରେ ମହାପ୍ରଭୁ ଜଗନ୍ନାଥଙ୍କୁ ବସାଇ ଘରୁ ଘରୁ ଚାଉଳ ଏବଂ ଗୁଆ ଆଣିଥିଲେ । ଯାହା ଦୀର୍ଘ ଦିନ ଧରି ପଡିରହିଥିଲା । ଏଥିରୁ କିଛି ଫୋପଡା ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ଜିଲ୍ଲାପାଳ । କହିଥିଲେ, ଯେତିକି ଶ୍ରୀମନ୍ଦିରରେ ବ୍ୟବହାର ହେବା କଥା ତାହା ହୋଇଛି । ଆଉ ଯାହା ବ୍ୟବହାରରେ ନ ଲାଗିପାରିବ, ସେଗୁଡିକୁ ଡିଲରମାନେ ଚାହିଁଲେ ତାହା ନେଇପାରିବେ ।

ଯାହାକୁ ନେଇ ଆଜି ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଛି । ଯେଉଁଥିରୁ ମୋଟ ୨ କୋଟି ୮୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଏହି ଟଙ୍କା ଶ୍ରୀମନ୍ଦିର ପାଣ୍ଠିରେ ପୈଠ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

nis-ad
Leave A Reply

Your email address will not be published.