ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅଗ୍ନବିୀରଙ୍କ ପାଇଁ ପୁଣି ନରମିଲେ ରାଜ୍ୟ ସରକାର । ପ୍ରଥମେ ୧୦ ପ୍ରତିଶତ  ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର । ତେବେ ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିବରଣୀ ଦିଆଯାଇଛି । ଏଥିରେ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବା, ଯଥା ପୋଲିସ୍, ବନବିଭାଗ, ଅବକାରୀ ଏବଂ ଅଗ୍ନିଶମ ବିଭାଗରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ‘ଗ’ ଓ ‘ଘ’ ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମାରେ ୩ ବର୍ଷ କୋହଳ କରାଯିବ । ଏହାସହିତ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ମଧ୍ୟ ଅବ୍ୟାହତି ମିଳିବ ।

nis-ad
Leave A Reply

Your email address will not be published.