ନୂଆ ସ୍ପର୍ଶ ପାଇବ ରାଜ୍ୟର ମୁଖ୍ୟ ବିମାନ ବନ୍ଦର, ଖୁବ୍ ଶୀଘ୍ର ରନୱେ କ୍ୟାଟ୍‌ ଟୁ ଲାଇଟ୍

ଭୁବନେଶ୍ବର: ନୂଆ ସ୍ବର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର । ପୁରୁଣା ଟର୍ମିନାଲ ପାଖରେ ତିଆରି ହେବ ନୂଆ ଟର୍ମିନାଲ । ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ଏହି ନିର୍ମାଣ କରିବା ସହିତ, ଖୁବଶୀଘ୍ର ଭୁବନେଶ୍ବର ବିମାନବନ୍ଦରରେ ହେବ ରନୱେ କ୍ୟାଟ୍‌ ଟୁ ଲାଇଟ୍ । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲର କ୍ଷମତା ୪୦ ଲକ୍ଷ ଥିବା ବେଳେ ଏହାକୁ ଆହଚରି ବୃଦ୍ଧି କରାଯାଇ ୮୦ ଲକ୍ଷ କରିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାର ପାଖାପାଖି ୧ମାସ ଭିତରେ ଅନୁମତି ଦେଇ ଆଗାମୀ ବର୍ଷେରୁ ୨ ବର୍ଷେ ଭିତରେ ଏହାର କାର୍ଯ୍ୟ ଶେଷ କରାଯିବ । ଏଥିସହିତ ବିମାନ ଅବତରଣ ଓ ଉଡାଣ ଭରିଲା ବେଳେ ଏହାର ରାସ୍ତାକୁ ଆଲୋକୀକରଣ କରାଯିବ ସହିତ ଆହୁରି ଅଧିକ ଆଧୁନିକତାର ସ୍ପର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର ।

nis-ad
Leave A Reply

Your email address will not be published.