ଜାଡରେ ଥରୁଛି ମୟୁରଭଞ୍ଜ: ୪ ଡିଗ୍ରୀକୁ ଖସିଲା ତାପମାତ୍ରା, ଆଗକୁ ଆହୁରି ବଢିବ ଶୀତ…

ମୟୁରଭଞ୍ଜ: କିଛି ଦିନ ପରେ ମୟୁରଭଞ୍ଜ ଜିଲ୍ଲାକୁ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ଆଜି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡ଼ାରେ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନଅଣରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୁଣି ଶୀତ ବଢିଥିବାରୁ ସକାଳୁ ସକାଳୁ କଷ୍ଟକର ହେଇପଡିଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ବିଭିନ୍ନ ଗାଁ ଲୋକ ମାନେ ନିଆଁ ଜାଳି ବସିରହୁଛନ୍ତି । ଆଗାମୀ ଦୁଇଦିନ ଶୀତ ପ୍ରବଳ ଥଣ୍ଡା ରହିବାର ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.