୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଜଳାଭିଷେକ…

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧ ତାରିଖ ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସେହି ଦିନ ସାହାଣମେଲା ସମୟ ସକାଳ ସାଢେ ୬ଟାରୁ ସାଢେ ୯ଟା ମଧ୍ୟରେ ମନ୍ଦିର ପହଂଚିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆବଶ୍ୟକ ପଡିଲେ ସାହାଣମେଲା ସମୟ ଆହୁରି ଏକ ଘଣ୍ଟା ବଢାଇ ଦିଆଯିବ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆଲୋଚନା ହୋଇଥିଲା।

ରାଷ୍ଟ୍ରପତିଙ୍କ କାରକେଡ ସିଂହଦ୍ୱାର ନିକଟରେ ପହଂଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରିବେ ଜିଲ୍ଲାପାଳ । ପ୍ରଥମେ ସେ ସିଦ୍ଧ ବିନାୟକଙ୍କ ଦର୍ଶନ ସାରି ଗର୍ଭଗୃହରେ ମହାପ୍ରଭୁଙ୍କ ଠାରେ ଜଳାଭିଷେକ କରିବେ। ଜଳଲାଗି ପରେ ବଡ ଗଣେଶ, ପାର୍ବତୀ, ଭୁବନେଶ୍ୱରୀ ଓ ବୃଷଭଙ୍କ ଦର୍ଶନ କରିବେ। ମହାସୁଆର ସେବାୟତଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋଠଭୋଗ ପ୍ରଦାନ କରାଯିବ। ଏହାସହ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଆଇନ ଲାଗୁ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇପାରେ।

nis-ad
Leave A Reply

Your email address will not be published.