୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଦେଖିବା ସହ ସଂପୃକ୍ତ ଯୁବକଙ୍କ ପରିବାରକୁ ସୂଚନା ଦେଇଥିଲେ । ପରିବାର ଲୋକ ଆସି ଚିହ୍ନଟ କରିଥିବାବେଳେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ଜଣକ ବଲାଙ୍ଗୀର ସହର ଶାନ୍ତିପଡ଼ାର କୁଳଦୀପ ପାଢ଼ୀ ବୋଲି ଜଣାପଡିଛି । କୁଳଦୀପ ଗତ ୨ ତାରିଖରୁ ନିଖୋଜ ଥିବା ନେଇ ପରିବାର ବର୍ଗ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ପରେ ମହାନଦୀ ସେତୁ ଉପରୁ ତାଙ୍କ ଗାଡ଼ିକୁ ପାଇଥିଲା ସୋନପୁର ପୋଲିସ । ସେ ବ୍ରିଜ୍ ଉପରୁ ମହାନଦୀ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ସେତେବେଳେ ବଲାଙ୍ଗୀରରୁ ଓଡ୍ରାଫ୍ ଟିମ୍ ଓ ସୋନପୁର ଅଗ୍ନିଶମ ବିଭାଗର ଟିମ୍ ୨ଟି ପାଓ୍ବାର ବୋଟ୍ ସହାୟତାରେ ନଦୀ ଗର୍ଭରେ ଦୁଇ ଦିନ ଧରି ସର୍ଚ୍ଚ ଅପରେଶନ କରିଥିଲେ ସୁଦ୍ଧା ନଦୀରେ ଜଳସ୍ରୋତ ଅଧିକା ଥିବାରୁ କୁଲଦୀପଙ୍କ କୌଣସି ସୂଚନା ମିଳିପାରି ନ ଥିଲା ।

ଗତକାଲି ନଦୀକୁ ମାଛ ଧରିବାକୁ ଯାଇଥିବା କେତକ ବ୍ୟକ୍ତି ମୃତ ଦେହ ଭାସୁଥିବା ଦେଖି ପୋଲିସ କୁ ଫଟୋ ପଠାଇବା ସହିତ ଖବର ଦେଇଥିଲେ । ତେବେ ପରିବାର ଲୋକେ ତାଙ୍କ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ କୁ ଫାଟରେ ଦେଖି ମୃତଦେହ ଚିହ୍ନଟ କରିଛନ୍ତି l

nis-ad
Leave A Reply

Your email address will not be published.