ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ

 ଭୁବନେଶ୍ବର : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା ।  ସିସିଟିଭି ନ ଥିବାରୁ ହାଇକୋର୍ଟଙ୍କ ଉଦବେଗ ।  ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଘଟଣା ନେଇ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।   ୩ ସପ୍ତାହରେ ସିସିଟିଭି ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ବା ତଦନ୍ତକାରୀ ସଂସ୍ଥାର ତଦନ୍ତରେ ହସ୍ତକ୍ଷେପ କରିବେନି ହାଇକୋର୍ଟ ।  ଥାନାରେ ସିସିଟିଭି ଲଗାଇବା ନିର୍ଦ୍ଦେଶକୁ ଅନୁପାଳନ ନିର୍ଦ୍ଦେଶ ଦିଆଯାଇଛି ।  ସେନା ଅଫିସରଙ୍କ ସହ ଘଟିଥିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ ।  ଏ ଘଟଣା ପରେ ବିଭିନ୍ନ ଥାନାର ସିସିଟିଭି ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ଟୋବର ୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।  ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ ।  ଥାନା ଭିତରେ ଯାହା ଘଟିଲା ତାହା ରହସ୍ୟ ଓ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.