ଜିଲ୍ଲା ବୁଲିଲା ବେଳେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ଜିଲ୍ଲା ଜିଲ୍ଲା ଯାଇ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତିଆରି ହେବ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ । ଏନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପ୍ରକାଶ କରିଛନ୍ତି ଯେ ସେ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ । ଯାହାକୁ ନେଇ ଏଣିକି ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ । ମୁଖ୍ୟମନ୍ତ୍ରୀ ଯେତେବେଳେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତରେ ଯିବେ ସେତେବେଳେ ସେଠିକା ଲୋକଙ୍କ ଅଭିଯୋଗ ଶୁଣିବେ । ଏହାଦ୍ବାରା ଲୋକେ ସହଜରେ ଅଭିଯୋଗ ପତ୍ର ଦାଖଲ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କହିରଖୁଛୁ, ପ୍ରତି ସେମାବାର ୟୁନିଟ୍ ୪ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ରମନ୍ତ୍ରୀ ଲୋକଙ୍କ ଗୁହାରି ଶୁଣନ୍ତି । କିନ୍ତୁ ଯେଉଁ ଯେଉଁ ସେମାବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରହିଥାଏ ସେହିଦିନ ନାହିଁନଥିବା ଭିଡ ଭୁବନେଶ୍ବରରେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ତାଙ୍କର ଅଭିଯୋଗ ଶୁଣାଇ ପାରିବେ ବୋଲି ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ପ୍ରତି ସୋମବାର ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗ୍ରହଣ କରି ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ  ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।

nis-ad
Leave A Reply

Your email address will not be published.