ବେରୋଜଗାରୀ ଓ ଦରଦାମବୃଦ୍ଧି ନେଇ ସରକାର ପୁଣି ଠକିଲେ…

ବ୍ରହ୍ମପୁର : ବର୍ଷକୁ 2କୋଟି ନିଯୁକ୍ତି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ କମ କରିବାର ପ୍ରତିଶୃତି ଦେଇ ଶାସନକୁ ଆସିଥିଲେ ବି ଚଳିତ ବର୍ଷ ମଧ୍ୟ ଏ କ୍ଷେତ୍ରରେ ଜନଗଣଙ୍କୁ ସମସ୍ୟାରୁ ମୁକ୍ତିପାଇଁ କୌଣସି ଆଶ୍ୱାସନା ମିଳିନାହିଁ l ଶିକ୍ଷା କ୍ଷେତ୍ରରେ ଗତ ବର୍ଷ ଜିଡିପି ର 2.64%ରୁ ଚଳିତ ବର୍ଷ 2.51%କୁ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ 2.20%ରୁ 1.98%କୁ ହ୍ରାସ କରାଯିବା ନିହାତି ଭାବେ ଦେଶର ସମସ୍ତ ସେବା ମୂଳକ କ୍ଷେତ୍ରରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇ କମ୍ପାନୀ ହାତକୁ ଟେକିଦେବାର ମସୁଧାକୁ ସ୍ପଷ୍ଟ ଜଣାପଡୁଛି l କୃଷକଙ୍କ କୌଣସି ଦାବି ପ୍ରତି ଦୃଷ୍ଟି ଦିଆଯାଇନାହିଁ l କୃଷି କ୍ଷେତ୍ରରେ ପୂର୍ବରୁ ଥିବା 3.84%ରୁ ବର୍ତମାନ 3.20%କୁ ହ୍ରାସ କରାଗଲା l ଗ୍ରାମାଞ୍ଚଳ ଉନ୍ନତି କ୍ଷେତ୍ରରେ ମଧ୍ୟ 5.81%ଗତବର୍ଷ ଥିବାବେଳେ ଚଳିତ ବଜେଟରେ ଏହାକୁ 5.29%କୁ ହ୍ରାସ କରାଗଲା l ଏଣୁ ଏହା ଜନତାଙ୍କ ପାଇଁ ବଜେଟ ନୁହଁ, ବରଂ ପୁଞ୍ଜିପତିଙ୍କ ପାଇଁ ଏହା ଏକ ଦଲାଲି ନୀତି ଅଟେ l

ଅବନୀ ଗୟା, ଆବାହକ, ମାନବ ଅଧିକାର ସୁରକ୍ଷା ମଞ୍ଚ

nis-ad
Leave A Reply

Your email address will not be published.