ଆସନ୍ତା ଶନିବାର ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୧.୦୨.୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ , କନ୍ଧମାଳ, ଫୁଲବାଣୀ ସୂଚନା ଦେଇଛନ୍ତି ।

ସୂଚନାରୁ ଜଣାପଡ଼ିଛି ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରି,(ସାଲିସ ଯୋଗ୍ୟ), ଚେକ୍‌ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍ , ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ), ବୈବାହିକ ବିବାଦ ( ଛାଡ଼ପତ୍ର ବ୍ୟତିତ) ଜମି ଅଧିଗ୍ରହଣ , ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।ସୂଚନାରୁ ଆଉ ମଧ୍ୟ ଜଣାପଡ଼ିଛି ଯେ, କେବଳ ବିଚାରାଧନ ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ ( କଚେରୀରେ ଦାଏର ହୋଇ ନ ଥିବା) ଚେକ୍‌ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍ , ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ), ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସଯୋଗ୍ୟ ଫୌଜଦାରି ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇ ପାରିବ । ଲୋକ ଅଦାଲତରେ ମକଦ୍ଦମା l ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡ଼ାନ୍ତ ଏବଂ ଅମଳ ଯୋଗ୍ୟ । ଯଦି କୌଣସି ବିଚାରଧ୍ବନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥୁବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ଆଇନସେବା ପ୍ରଶସ୍ତିକରଣ , କନ୍ଧମାଳ, ଫୁଲବାଣୀ ତରଫରୁ ଅନୁରୋଧ କରାଯାଇଛି ।
ସବିଶେଷ ବିବରଣୀ ତଥା ଏହା ଉପରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଜିଲ୍ଲା ଆଇନସେବା ପ୍ରାଧିକରଣ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

nis-ad
Leave A Reply

Your email address will not be published.