ଦୀପକ ଫର୍ଟିଲାଇଜର୍ସ କମ୍ପାନୀରୁ ତମ୍ବା ତାର ଚୋରି ଘଟଣା : ପର୍ଦ୍ଦାଫାଶ କଲା ପୋଲିସ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଦୀପକ ଫର୍ଟିଲାଇଜର୍ସ କମ୍ପାନିରୁ ଗତ କିଛିଦିନ ତଳେ କେତେକ ଦୁର୍ବୃତ୍ତତମ୍ବା ତାର ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚମାଖଣ୍ଡି ଥାନାରେ ୨୯୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ମାନେ ହେଲେ ମାଟିଖାଲ ଗ୍ରାମର ଶିବ ପ୍ରଧାନ, ସାନ କୁସୁମୀ ଗ୍ରାମର ରାଜା ପ୍ରଧାନ ଓ କୁମାରପୁର ଗ୍ରାମର ଅକ୍ଷୟ ପ୍ରଧାନ । ସେମାନଙ୍କ ଠାରୁ ୨ ଟି ବାଇକ୍‌, ୫ ଟି ମୋବାଇଲ ଫୋନ୍‌, ୨ ଟି ଖଣ୍ଡା, କାତି ଓ ଲୁହା ଛଡ ଭଳି ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ଚମାଖଣ୍ଡି ଥାନାଧିକାରୀ ଦୀପିକା ଦେବୀ ରାୟ ସୂଚନା ଦେଇଛନ୍ତି ।

ସେହିପରି ଚୋରି ହୋଇଥିବା ତମ୍ବା ତାର କ୍ରୟ କରିଥିବା ଅଭିଯୋଗରେ ଛତ୍ରପୁରଅଂଚଳ ର ଜଣେ ଓ ଗୋପାଳପୁର ଅଂଚଳର ଜଣେ କବାଡି ବାଲା ଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି,ସୂଚନା ଯୋଗ୍ୟ ଯେ – ପୂର୍ବ ରୁ ୩ ଅଭିଯୁକ୍ତ ଙ୍କୁ ଗୋଳନ୍ତରା ଥାନା ଗିରଫ କରିଥିଲେ, ସେମାନେ ଜେଲ ରେ ଥିଲେ, ଚମାଖଣ୍ଡି ଥାନା ଅନ୍ତର୍ଗତ ଦୀପକ ଫର୍ଟିଲାଇଜର କମ୍ପାନୀ ର ତମ୍ବା ତାର ଚୋରୀ ହୋଇ ଥିବା ରୁ ଏହି ଘଟଣା କୁ ନେଇ ଚମାଖଣ୍ଡି ଥାନା ପକ୍ଷରୁ ଅଭିଯୁକ୍ତ ୩ ଜଣଙ୍କୁ ରିମାଣ୍ଡ ଆଣି ଜେରା କରାଯାଇଥିଲା । ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ସହ ସାମଗ୍ରୀ ଜବତ କରାଯାଇଥିଲା, ପରେ ପୁଣି ଅଭିଯୁକ୍ତ ମାନଂକୁ ଜେଲକୁ ପଠାଯାଇଥିଲା ବୋଲି ତଦନ୍ତ ଅଧିକାରୀ ଅଭିଜିତ ସାମଲ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.