ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ…

ମାଲକାନଗିରି : ଓଡିଶା ସରକାର ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଆରମ୍ଭ ହୋଇଛି । ୧/୦୨ ରୁ ୧୫/୦୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଭାଜନ ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧକ୍ଷ ଶ୍ରୀ ଆଡ଼ମା ରାୱ। ଯୋଗ ଦେଇ ପାଣିପାଞ୍ଚାୟତ ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହେବା ସହ ଏକାଧିକ (ମଲ୍ଟିକ୍ରୋପିଂ) ଫସଲକରିବା ସହ ରୋଜଗାରକ୍ଷମ ହେବାକୁ ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ସ୍ୱତନ୍ତ୍ର ବିକାଶ ତରଫରୁ ଗ୍ରାମର ମୁଖିଆ,ପେଦା, ପୂଜାରୀ ଓ ଚାଷୀଙ୍କ ସମ୍ମିଳିତ ବୈଠକରେ ଉନ୍ନତ ଧରଣର ଚାଷ ବିଷୟରେ ଆଲୋଚନା କରିବାକୁ ଯୋଜନା କରୁଛନ୍ତି । ବିଭାଗୀୟ ଅଧିକାରୀ ଶ୍ରୀ ଫିରୋଜ କୁମାର ବିଡିକା ନିଜ ବକ୍ତବ୍ୟ ରଖିବା ଅବସରରେ କହିଥିଲେ ଯେ ଚାଷୀଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ଜଳର ସୁବିନିଯୋଗ ଓ ଅଧିକ ଜମିକୁ ଜଳସେଚନ ସୁବିଧା ପାଇଁ ଲକ୍ଷ ରଖାଯାଇଛି ଏବଂ ଆସନ୍ତା ୮ତାରିଖରେ ଜିଲ୍ଲା ସ୍ଥରୀୟ ପାଣିପାଞ୍ଚାୟତ ରେ ଚାଷୀ ମାନଙ୍କ ପାଇଁ ଚାଷପଯୋଗୀ ଉପକରଣ ପ୍ରଦର୍ଶନ ହେବାସହ ସବସିଡି ବିଷୟରେ ଅବଗତ କରାଇବାକୁ ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ମଞ୍ଚ।ସୀନ ଅତିଥି ମାନେ ହେଲେ ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଜନ ର ସୁପ୍ରିଟେଣ୍ଡ ଯନ୍ତ୍ରୀ ରାମକାନ୍ତ ପାତ୍ର, ସହକାରୀ ଏକ୍ସଚୁଟିଭି ଯନ୍ତ୍ରୀ ଲଳିତ ମୋହନ ବେହେରା, ସାଂସଦ ପ୍ରତିନିଧି ବି କମେଶ୍ୱର ରାଓ, ବିଧାୟକ ପ୍ରତିନିଧି ନବଘନ ଲୋକେଇ, ମାଲକାନଗିରି ମୁନୁସ୍ୟପାଲଟି ଚେୟାରମ୍ୟାନ ମୋନଜ କୁମାର ବାରିକ ଓ ୧ନଂ ୱାର୍ଡର କାଉନସିଲର ପେଣ୍ଡେରାପ୍ରସାଦ ପଣ୍ଡାଙ୍କ ସହ ବହୁ ସଂଖ୍ୟକ ପାଣି ପଞ୍ଚାୟତ ସଭାପତି, ସମ୍ପାଦକ ଓ ସଭ୍ୟ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.