ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଦ୍ଵିତୀୟ ରକ୍ତଦାନ ଶିବିର – ୧୪୦ ୟୁନିଟ ରକ୍ତ ସଂଗ୍ରହ

ରକ୍ତ ଦାନ …. ମହତ ଦାନ .. : ଏଭଳି ସମାଜସେବା କାର୍ଯ୍ୟକୁ ପ୍ରଶାଂସ କଲେ- ବୃଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦା
ଛତ୍ରପୁର : ବ୍ରହ୍ମପୁର ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟି ରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ନିମନ୍ତେ ଏକ ଉଦାରଣ ସାଜିଛନ୍ତି । ଏହି ଶିବିର ଆୟୋଜନ କରି ସେମାନେ ନିଜ ନିଜ ବ୍ୟବସାୟୀ କରିବା ସହିତ ସମାଜ ର ସେବା କରିବା ନିମନ୍ତେ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷିକ ଡାକ୍ତର ପ୍ରଫୁଲ୍ଲ କୁମାର ଗୌଡ଼ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ମହତ୍ ଦାନ ଏଭଳି ପୂଣ୍ୟ କାର୍ଯ୍ୟରେ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ଆୟୋଜନ କରିଥିବା ରୁ ଡାକ୍ତର ଶ୍ରୀ ଗୌଡ଼ ଙ୍କ ସମେତ ବହୁ ବୃଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଜଣେ ରୋଗୀଙ୍କୁ ରକ୍ତ ଦେଇ ମୃତ୍ୟୁ ମୁଖରୁ ବଞ୍ଚାଇବ । ଛତ୍ରପୁର ଡିଷ୍ଟୁବୁଟର ଆସୋସିଏସନର ସଭାପତି ନୀରୋଦ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ୧୪୦ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ଛତ୍ରପୁର ରୋଟାରି କ୍ଳବର ସଭାପତି ଡ଼ ବିମଳ ପ୍ରସାଦ ସାହୁ, ସମ୍ପାଦକ ଦ୍ୱାରକା ପ୍ରସାଦ ପଟ୍ଟନାୟକ, ୟୁଥ ମାସ ସେବା ସଂଘ ର ସୟଦ ମୁକ୍ତାର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଆସୋସିଏସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ସମ୍ପାଦକ ଅଦିକନ୍ଦ ସାହୁ, କୋଷାଧ୍ୟକ୍ଷ ଅନୀଲ କୁମାର ପାଣିଗ୍ରାହୀ , ଉପଦେଷ୍ଟା ଭି.ତ୍ରିନାଥ ରାଓ, ଏସ.ସୂରୀୟ ପ୍ରକାଶ, ସନ୍ତୋଷ କୁମାର ରାଉଳ, ବିମଳ ଚନ୍ଦ୍ର ପଣ୍ଡା ଓ ଏନ. ଗିରିଧର ରାଓ ଙ୍କ ସମେତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

nis-ad
Leave A Reply

Your email address will not be published.