ଟିଗଲ ପଞ୍ଚାୟତରେ ମାଣ୍ଡିଆ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ : ମାଣ୍ଡିଆ ବଦଳରେ ଯୋଗାଣ ସହାୟକ ଦେଉଛନ୍ତି ୫୦୦ ଟଙ୍କା

ମାଲକାନଗିରି : ରାଜ୍ୟସରକାର ଗରିବ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ତଥା ରିହାତି ଦରରେ ଚାଉଳ, ମାଣ୍ଡିଆ, ଗହମ ଓ କିରୋସିନ ବଂଣ୍ଟନ କରିଥାନ୍ତି । କିଛିବର୍ଷ ହେବ ରାଜ୍ୟ ସରକାର ମିଲେଟ ମିଶନମାଧ୍ୟରେ ମାଣ୍ଡିଆର ଗୁଣବତ୍ତାକୁ ନେଇ ଲୋକଙ୍କୁ ସଚେତନ କରିବା ସହ ଖାଦ୍ୟସାମଗ୍ରୀ ରେ ମାଣ୍ଡିଆକୁ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ଓ ବ୍ୟାପକ ପ୍ରଚାର ପ୍ରସାର କରୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଟିଗଲ ପଞ୍ଚାୟତରେ । କିଛି ଦିନ ତଳେ ରାସନ କାର୍ଡ କେୱାସି କରିବା ପାଇଁ ଯୋଗାଣ ସହାୟକ ନିଜ ଘରକୁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଡକାଇଥିଲେ ଏବଂ କେୱାଇସି ସମୟରେ କହିଥିଲେ ଯେ ସରକାରଙ୍କ ତରଫରୁ ତମର ଆକାଉଣ୍ଟକୁ ୫୦୦ଟଙ୍କା ଆସିଛି କହିବା ସହ ଟିପ ଚି଼ହ୍ନ ନେଇ ୫୦୦ ଟଙ୍କା ପ୍ରଦାନ କରିଥିଲେ । ବିଗତ କିଛି ଦିନ ପରେ ଉକ୍ତ ହିତାଧିକାରୀମାନେ ପଂଚାୟତରେ ମାଣ୍ଡିଆ ବଣ୍ଟା ଯାଉଥିବା ଖବର ପାଇ ରାସନ କାର୍ଡ ଧରି ମାଣ୍ଡିଆ ଆଣିବାକୁ ପଂଚାୟତକୁ ଯାଇଥିଲେ ସେଠାରେ ଯୋଗାଣ ସହାୟକ ସେମାନଙ୍କୁ ମାଣ୍ଡିଆ ନ ଦେଇ ପୂର୍ବରୁ ତୁମେମାନେ ମାଣ୍ଡିଆ ବଦଳରେ ୫୦୦ ଟଙ୍କା ନେଇଛ କହି ସେମାନଙ୍କୁ ଫେରାଇ ଦେଇଥିଲେ l

ଆଜି ଉକ୍ତ ମହିଳା ମାନେ ନିଜର ପ୍ରାପ୍ୟ ବାବଦରେ ଆସିଥିବା ୩୫ କିଲୋ ମାଣ୍ଡିଆ ଦେବାକୁ ଦାବି କରିବା ସହ ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବାବଦରେ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଜରିଆରେ ପ୍ରଶାସନକୁ ଗୁହାରି କରିଥିଲେ ଯେ ଏ ବାବଦରେ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ l ଗଣମାଧ୍ୟମକର୍ମୀ ମାନେ ସେଠାରେ ଉପସ୍ଥିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବିତିକା ଭକ୍ତଙ୍କୁ ଏବାବଦରେ ପଚାରିବାରୁ ମୋ ପାଖରେ ଏହି ବାବଦରେ କେହି ଲିଖିତ ଅଭିଯୋଗ ଦେଇ ନାହାନ୍ତି ଲିଖିତ ଭାବେ ମୋତେ ଦେଲେ ଏହି ବିଷୟରେ ମୁଁ ତଦନ୍ତ କରିବି ବୋଲି କହିଥିଲେ l ମହିଳା ମାନେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବାରୁ ସେଠାରେ ଉପସ୍ଥିତ ଥିବା ପିଇଓ ଉକ୍ତ ମହିଳା ମାନଙ୍କୁ ତୁମେ ଅଭିଯୋଗ କଲେ ଆଉ ତୁମକୁ ମାଣ୍ଡିଆ ଦିଆଯିବ ନାହିଁ ବୋଲି କହିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ! କାଲିମେଳା ଯୋଗାଣ ଅଧିକାରୀ ଙ୍କୁ ମାଣ୍ଡିଆ ବଦଳରେ ଟଙ୍କା ବାବଦରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ମୁଁ ଯୋଗାଣ ସହାୟକ କାହା ନିର୍ଦ୍ଦେଶ ରେ ଏହା କରୁଛନ୍ତି ଏବିଷୟରେ ସହ ପଚରାଉଚରା କରିବି ଏବଂ ବର୍ତ୍ତମାନ ଯେଉଁ ମାଣ୍ଡିଆ ବଣ୍ଟାଯାଉଛି ତାହା ଷ୍ଟକ ଥିବା ଯାଏ ଯିଏ ପ୍ରଥମେ ଆସିବ ସେ ପ୍ରଥମେ ପାଇବ ଏହି ନୀତିରେ ବଣ୍ଟାଯାଉଛି ବୋଲି ସଫେଇ ଦେଇଛନ୍ତି । ଉକ୍ତ ପଂଚାୟତରେ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ବ ରାସନ କାର୍ଡ ଧାରୀ ରହିଥିବା ବେଳେ କାର୍ଡ ପିଛା୩୫କେଜି ମାଣ୍ଡିଆକୁ କାହାକୁ ଦିଆଯାଇଛି ଏ ବାବଦରେ ପ୍ରଶାସନିକ ସ୍ଥରରେ ତଦନ୍ତ କଲେ ତାହା ସାର୍ବଜନୀନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ହେଉଛି ।

nis-ad
Leave A Reply

Your email address will not be published.