ପାଣି ପଂଚାୟତ ପକ୍ଷ ପାଳନ…

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଘୋଡାହଡ ନଦୀ କୂଳ ହିଞ୍ଜିଳିକାଟୁ ଜୟମଙ୍ଗଳ ଆନିକଟ ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଵୁଧବାର ଦିନ ପାଳନ ହୋଇଯାଇଅଛି।ବ୍ରହ୍ମପୁର ଜଳସେଚନ ବିଭାଜନ ଵ୍ରହ୍ମପୁର ଜଳ ସମ୍ପଦ ବିଭାଗ ହିଞ୍ଜିଳିକାଟୁ ତରଫରୁ ଏହି ପକ୍ଷ ପାଳନର ଆୟୋଜନ କରାଯାଇଥିଲା।ବ୍ରହ୍ମପୁର ଜଳସମ୍ପଦ ବିଭାଗ ଅଧିକ୍ଷଣ ସହକାରୀ ଯନ୍ତ୍ରୀ ଜୟଦୀପ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧୀ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, କୃଷିବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବିଜେଡି ନେତା ଡି ବିଶ୍ୱନାଥ, , ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଆସିକା ସଂସଦ ଙ୍କ ପ୍ରତିନିଧି ତଥା ବିଜେଡି ଓଡିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ୬୭ ନଂ ଜିଲ୍ଲାପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ୬୮ ନଂ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା ହୃଦ଼ୟାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ବ୍ଲକ ଯୁଵ ବିଜେଡି ସଭାପତି ମନୋଜ କୁମାର ସାବତ, ରିଷିକୁଲ୍ୟା ପାଣି ପଚାଁୟତ ୧୩ନଂ ଵିତରକ ସଭାପତି ସରିତାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥୀ ମାନଙ୍କ ଦ୍ଵାରା ବିଭିନ୍ନ କୃଷି ଷ୍ଟଲ ର ଉଦଘାଟନ ହେଇଥିଲା। ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଜଳ ହିଁ ଜୀବନ ଓ ଜଳ ସମ୍ପଦ ଉପରେ ଆଲୋଚନା କରି ସହଭାଗୀ ଜଳସେଚନ ପରିଚାଳନା ପାଇଁ ସମୁହ ସପଥ ପାଠ କରିଥିଲେ। ଏହି ପକ୍ଷ ପାଳନରେ ଜଳ ସେଚନ ପ୍ରଣାଳୀର ଉପଯୁକ୍ତ ରକ୍ଷଣା ବେକ୍ଷଣ, ପରିବେଶ ସନ୍ତୁଳନ ଏବଂ ସୁରକ୍ଷା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ପାଣି ପଂଚାୟତରେ କୃଷି, କୃଷକ ଓ କୃଷି କ୍ଷେତ୍ରର ଉନ୍ନତି ଉପରେ ସମସ୍ତ ଅତିଥିମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଜଳ ସେଚନ ବିଭାଗ ପ୍ରତି କୃଷକମାନେ ଆସ୍ଥା ପ୍ରକଟ କରିଥିବା ଦେଖା ଦେଇଥିଲା ଏଥିରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଭୁଦତ୍ତ ପଣ୍ଡା,ହୁମା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ଜଗନ୍ନାଥ ଦାସ, ସରୋଜ କୁମାର ପ୍ରହରାଜ, ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପୂର୍ଣ ଚନ୍ଦ୍ର ପାଣିଗ୍ରାହୀ, ଅରୁଣ କୁମାର ପଟ୍ଟନାୟକ, ସୁଶାନ୍ତ ରାଉତରାୟ, ଶଙ୍କର ଵେହେରା ଙ୍କ ସହ ରିଷିକୁଲ୍ୟା ଉପ ବିଭାଜନ ଅବବାହିକା ହୁମା, ହିଞ୍ଜିଳିକାଟୁ କ୍ଷୂଦ୍ର ଜଳସମ୍ପଦ ଉପ ବିଭାଜନ, ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ଉପବିଭାଜନ, ଧନେଇ ଜଳସମ୍ପଦ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ଏଥିରେ ବିଭିନ୍ନ ପାଣିପଚାଁୟତ ର ସମସ୍ତ ସଭାପତି, ସମ୍ପାଦକ, ସଭ୍ଯ ଙ୍କ ସହ ହିଞ୍ଜିଳିକାଟୁ ବ୍ଳକ ର ସମସ୍ତ ସରପଚଂ ଓ ଚାଷୀ ଭାଇ ଭଉଣୀ ଉପସ୍ଥିତ ରହି ପାଣିପଚାଁୟତ ର ବିଵିଧ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.