ଅପହଞ୍ଚ ଗାଁର ବିକାଶ ଚିତ୍ର , ପ୍ରଶାସନଙ୍କ ନଜର ନାହିଁ..

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନେକ ଅପହଞ୍ଚ ଇଲାକା ଗାଁ ରହିଛି ଯେଉଁ ଗାଁ କୁ ଯିବା ପାଇଁ ଭଲ ରାସ୍ତା ନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସ୍ବାଧୀନତା ର ଦିର୍ଘ ବର୍ଷ ବିତିଯାଇଥିଲେ ସୁଧା ଅଞ୍ଚଳର ଜନସାଧାରଣ ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ବାକୁ ମିଳିଛି ଫଳ ଜନସାଧାରଣ ଜରୁରୀକାଳୀନ ସେବା ନିମନ୍ତେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପହଞ୍ଚ ଗାଁକୁ ଯିବାକୁ ହେଲେ ବାଇକ୍ କିମ୍ବା ଓଟ ଯିବା ଦୂର କଥା ବର୍ଷା ଦିନେ ଚାଲିକି ଯିବା କଷ୍ଟକର । ଏଠି ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରି ରାସ୍ତା ନିର୍ମାଣ କରନ୍ତି ସତ କିନ୍ତୁ ଅପହଞ୍ଚ ଗ୍ରାମାଞ୍ଚଳ ପାଇଁ ଭଲ ରାସ୍ତା ନାହିଁ । କିନ୍ତୁ ଏଠି ଯୋଜନା କାହା ପାଇଁ ଜନସାଧାରଣ ଗମନାଗମନ ପାଇଁ ସଠିକ ରାସ୍ତା ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟ ଆସିବାକୁ ହେଲେ ବହୁତ ଅସୁବିଧାର ସହ ଯାତାୟତ କରୁଅଛି । ଏହି ଭଳି ଫିରିଙ୍ଗିଆ ବ୍ଲକ ର ପାଙ୍ଗାଉପର ସାହି ପଞ୍ଚାୟତର ଉପର ମାଲା ଠାରୁ ଡାମି ପର୍ଯ୍ୟନ୍ତ ରାସ୍ତା ପାଇଁ ବହୁତ ଅସୁବିଧା ହେଉଛନ୍ତି ଅଞ୍ଚଳ ବାସୀ, ଅନ୍ୟ ପଟେ ନୂଆପଦର ପଞ୍ଚାୟତ ର ମତିଙ୍ଗିଆ ଠାରୁ ପାଙ୍ଗାମାହା ଯିବାକୁ ହେଲେ ଖାଲ ଖମା ରାସ୍ତା ହିଁ ଭରଷା ଏକ ମାତ୍ର ସାହାଭରଷା। ଏମିତି ଅନେକ ଗାଁ ରହିଛି ଯେଉଁ ଗାଁ ମାନଙ୍କୁ ଯିବା ପାଇଁ ଜନସାଧାରଣ ଙ୍କ ପାଇଁ ଏକ ରାସ୍ତା ର ସମସ୍ୟା ରହିଛି । କିନ୍ତୁ ଜନ ସାଧାରଣ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମଧ୍ୟ ଅଞ୍ଚଳ ପାଇଁ ଗମନାଗମନ ପାଇଁ ମାଟି ଖାଲଖମା ରାସ୍ତା ହିଁ ଭରଷା । ଏହି ଭଳି ଭୃଙ୍ଗିଯୋଡି ଠାରୁ ଅଳ୍ପ ଦୂର ଡମ୍ବାଦାଇ ଠାରୁ ଚିଙ୍ଗୁଡ଼ି ଖୋଲ,ଘାଟି ରାସ୍ତା ସମ୍ପୁର୍ଣ୍ଣ ଭାବେ ଖାଲ ଖମା ହୋଇ ଦିର୍ଘ ଦିନରୁ ପଡ଼ି ରହିଛି , ବାରମ୍ବାର ଘାଟି ରାସ୍ତା ପାଇଁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ସମସ୍ୟା ସମାଧାନ ହେଉନଥିବା କହିଛନ୍ତି । ତେଣୁ ପ୍ରଶାସନ ଏହି ଭଳି ଅଞ୍ଚଳ ପାଇଁ ଗମନାଗମନ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.