ଛତୁଚାଷ କରି ଆର୍ଥିକ ସ୍ବାବଲମ୍ବୀ ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ର ମାସିରିପଡା ଗାଁ ର ମାଁ ବାଞ୍ଜିମାହା ସ୍ୱୟଂ ସହାୟିକା ଗୋଷ୍ଠୀ ର ୧୧ ଜଣ ସଭ୍ୟା ଛତୁ ଚାଷ କରି ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ପରିବାର ପାଇଁ ରୋଜଗାର ଦେଇଥିବା ଦେଖିବାକୁ ମିଳିଛି l ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ପୂର୍ବରୁ ପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ଥିବା ବେଳେ ବର୍ତ୍ତମାନ ପୁଣି ଗାଁ ରେ ଛତୁ ଚାଷକରି ସଫଳ ତାର ସହ କରୁଥିବା ଦେଖିବାକୁ ମିଳିଛି l ଏହି ଗୋଷ୍ଠୀ ର ମହିଳା ମାନେ ଗୋଟିଏ କୁଡିଆ ଘର ତିଆରି କରି ତାଙ୍କର ମାସିକ ଜମା କରୁଥିବା ସଭ୍ୟା ଚାନ୍ଧାରୁ ଭୁବନେଶ୍ୱର ଯାଇ ଛତୁ ମଞ୍ଜି ଆଣି ଚାଷ ଆରମ୍ଭ କରିଥିବା ଦଳର ସଭାନେତ୍ରୀ ଶ୍ରୀମତୀ ସନୋଦେବି ମଲ୍ଲିକ ସମ୍ପାଦିକା ଭାନୁମତୀ ମଲ୍ଲିକ ,ସଭ୍ୟା ରଶ୍ମିତା ମଲ୍ଲିକ ,କୁନି ମଲ୍ଲିକ, ଇନ୍ଦ୍ରା ମଲ୍ଲିକ ଜିରା ମଲ୍ଲିକ ଉର୍ବା ସି ମଲ୍ଲିକ,ମିଳି ମଲ୍ଲିକ ,ସମିତି ମଲ୍ଲିକ ସିହ୍ନି ମଲ୍ଲିକ ,ଓ ସମ୍ପତି ମଲ୍ଲିକ କହିଛନ୍ତି l
ଏହି ଦଳ ର୧୧ଜଣ ମହିଳା ମାନେ ସରକାରଙ୍କୁ ଅନୁରାଧା କରୁଛନ୍ତି ଆହୁରି ଅଧିକ ଛତୁ ଚାଷ କରିବା ପାଇଁ ତାଲିମ ବ୍ୟବସ୍ଥା ଯଦି ସରକାର ସୁବିଧା କରିଦିଅନ୍ତା ତାହାହେଲେ ବହୁତ୍ ମାତ୍ରାରେ ଚାଷ କରି ନିଜର ଓ ନିଜ ପରିବାର ରେ ଭଲ ରଜଗା ର କରିପାରିବୁ ବଲି କହିଛନ୍ତି l ଛତୁ ଚାଷ କରିବାକୁ ପୁରୁଷ ମାନେ ମଧ୍ୟ୍ୟ ସହାୟୋଗ କରୁଥିବାର ଦେଖିବାକୁ ମିଳିଛି ଦଳର ସଭାନେତ୍ରୀ ଶ୍ରୀମତୀ ଆହୁରି କହିଛନ୍ତି ସରକାର ଏହି ବାଞ୍ଜିମହା ସୟଂ ସହାୟକ ଦଳ ପ୍ରତି ସରକାର ଟିକେ ଦୃଷ୍ଟି ଦେଲେ ଆହୁରି ଭଲ ଭାବରେ ବଡ଼ ଆକାର ରେ ଚାଷ କରି ଏହି କନ୍ଧମାଳ ଜିଲ୍ଲାରେ ସବୁଆଡେ ଛତୁ ଯଗେଇବୁ ବଲି କହିଛନ୍ତି l

nis-ad
Leave A Reply

Your email address will not be published.