ଅର୍ଥ ଅଭାବରୁ ଚିକିତ୍ସା ଅଭାବରୁ ପାଣ୍ଡବ ନାୟକଙ୍କ ଜୀବନ ଗଲା…

ଦାରିଙ୍ଗବାଡି : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମ ଗୁମାପଦର ସାହିର ପାଣ୍ଡବ ନାୟକ(୪୬)ଙ୍କ, ଅର୍ଥ ଅଭାବରୁ ଚିକିଶ୍ଚିତ ହୋଇ ନପାରି ସେଜରେ ପଡ଼ି ପଡ଼ି ଗତକାଲି ଅପରାହ୍ନ ପ୍ରାୟ ୪ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ଆଜି ପରିବାର ସଦସ୍ୟ ଓ ଆତ୍ମିୟ ସୋଜନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ କରା ଯାଇଥିବା ଜଣାପଡିଛି। ବର୍ତ୍ତମାନ ପାଣ୍ଡବଙ୍କ ମୃତ୍ୟୁ ପରେ ପରିବାରରେ ୪କୁଟୁମ୍ବ ବୃଦ୍ଧା ଶାଶୁ ଦୁସ୍ତିନା ନାୟକ(୬୫), ଅର୍ଦ୍ଧ ବିକାର ଗ୍ରସ୍ତ ୨୨ବର୍ଷର ପୁଅ ରତିକାନ୍ତ ନାୟକ ସହିତ ଝିଅ ଆଶାରାଣୀ ନାୟକ(୨୧)। କେମିତି ଘର ଚଳେଇବେ ଚିନ୍ତାରେ ମୃତ ପାଣ୍ଡବଙ୍କ ଶ୍ରୀ ପ୍ରୀତି ନାୟକ। ପାଣ୍ଡବ ଅର୍ଥ ଅଭାଭରୁ ଚିକିଶ୍ଚିତ ହୋଇ ପାରୁନଥିବା କଥା ସମାଜ ଖବର କାଗଜ ସହିତ ବିଭିନ୍ନ ଗଣ ମାଧ୍ୟମରେ ଚଳିତ ମାସରେ ପ୍ରକାଶ ପାଇଥିଲା। ପ୍ରକାଶ ଥାଉକି ୨୦୧୪ ସାଲରେ ପାଣ୍ଡବ ନାୟକ ପେଟ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତର ଖାନାରେ ଚିକିଶ୍ଚିତ ହୋଇ ଭଲ ହୋଇଥିଲେ। ଆରୋଗ୍ୟ ଲାଭ ପାଇଁ କୁଲି ମଜୁରୀ କରି ସଞ୍ଚିତ କରି ରଖିଥିବା ସବୁ ଅର୍ଥ ଚିକିତ୍ସାରେ ସରି ଯାଇଥିଲା। ଘରର ଏହି ପରିସ୍ଥିତି ପାଇଁ ବଡ଼ପୁଅ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲା ଓ ପରିଶ୍ରମ କରି ଘର ଚଳାଉଥିଲା। ଦୁର୍ଭାଗ୍ୟର ବିଷୟ ୨୦୧୭ ରେ ବଡ଼ପୁଅର ମୃତ୍ୟୁ ଘଟିଲା। ଘର ଚଳେଇବା ଚିନ୍ତା ସହିତ ବଡ଼ ପୁଅର ମୃତ୍ୟୁରେ ଭାଙ୍ଗି ପଡିଲେ ପାଣ୍ଡବ। ବିଡ଼ମ୍ବନାର କଥା ୨୦୧୮ସାଲରେ ପାଣ୍ଡବ ପୁଣି ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେ। ଘରର ଏହି ଦୁର୍ଦ୍ଦିନ ଦେଖି ଦଶମ ଶ୍ରେଣୀ ରେ ପଢ଼ୁଥିବା ଝିଅ (ଆଶାରାଣୀ ନାୟକ) ପାଠ ପଢାରେ ଡୋରିବାନ୍ଧିଲା। ପାଣ୍ଡବଙ୍କ ପରିବାର ସଦସ୍ୟ ବ୍ରହ୍ମପୁର ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଦେଇ ଚିକିତ୍ସା କରି ଆସୁଥିଲେ। ସ୍ବାସ୍ଥ୍ୟର କୌଣସି ପରିବର୍ତ୍ତନ ନହୋଇ ଗୁରୁତ୍ୱର ହେବାରୁ ପାଣ୍ଡବଙ୍କୁ ୨୦୨୨ ସାଲ ଡିସେମ୍ବର ମାସରେ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ ବ୍ରହ୍ମପୁରରେ ଭର୍ତ୍ତି କରିଥିଲେ। ଅର୍ଥ ଅଭାବରୁ ଚିକିତ୍ସା କରିନ ପାରି ଡିସେମ୍ବର ମାସ ୨୬ ତାରିଖରେ ନିଜ ଘରକୁ ଫେରେଇ ଆଣିଥିବା ପାଣ୍ଡବଙ୍କ ସ୍ତ୍ରୀ ପ୍ରୀତି ନାୟକ କହିଛନ୍ତି। ହେଲେ ଗତକାଲି ପାଣ୍ଡବ ନାୟକଙ୍କ ମୃତ୍ୟୁ ହୋଇଛି। ଅର୍ଥ ଅଭାବରୁ ପାଣ୍ଡବ ସେଜରେ ଦୀର୍ଘ ଦିନ ସେଜରେ ପଡି ରହି ଥିଲେ। ତାଙ୍କୁ ନାକରେ ଖାଦ୍ୟ ଦିଆ ଯାଉଥିଲା। ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ ଖରାପ। ବର୍ତ୍ତମାନ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ପ୍ରୀତି ନାୟକ। ସାମାଜିକ ରୀତିନୀତି ଅନୁଯାୟୀ ସ୍ୱାମୀଙ୍କ ଅନ୍ତେଷ୍ଠ କ୍ରିୟା କରିବେ ନା ଅର୍ଦ୍ଧ ବିକାର ଗ୍ରସ୍ତ ପୁଅ ରତିକାନ୍ତର ଆରୋଗ୍ୟ କଥା ଚିନ୍ତା କରିବେ। ସାହି ପଡିସା, ଆତ୍ମୀୟ ସ୍ୱଜନଙ୍କ କିଛି କିଛି ଆର୍ଥିକ ସହାୟତାରେ ଦୁଃଖେ ସୁଖେ ଚଳୁଥିଲେ। ବର୍ତ୍ତମାନ ଶାଶୁ ମାଙ୍କ ଏକମାତ୍ର ବାର୍ଦ୍ଧକ୍ୟ ଭତା ସହାୟତା ଟଙ୍କା ଓ ସରକାରଙ୍କ ଯୋଗାଣ ଚାଉଳ ହିଁ ଏକମାତ୍ର ଭରଷା। ସ୍ୱାମୀଙ୍କ ଅନେଷ୍ଟ କ୍ରିୟା କିପରି କରିପାରିବେ ଓ ଅର୍ଦ୍ଧ ବିକାରଗ୍ରସ୍ତ ପୁଅ ରତିକାନ୍ତ (୨୨)ର ଚିକିତ୍ସା କେମିତି କରିବେ। ପୁଅର ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ। ସ୍ୱାମୀ ପାଣ୍ଡବଙ୍କ ଚିକିତ୍ସା ପାଇଁତ ସେ ସର୍ବସାନ୍ତ ହୋଇଛନ୍ତି।ଏଣୁ ଏହିପରି ଦୁର୍ଦ୍ଦିନରେ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ସହିତ ପୁଅର ଚିକିତ୍ସା ଦାୟିତ୍ୱ ନେବାକୁ ପ୍ରୀତି ନାୟକ ସମେତ ଗ୍ରାମବାସୀ ଓ ଅଞ୍ଚଳ ବାସୀ ପ୍ରସାନଙ୍କ ନିକଟରେ ଗୁହାରି କରିଛନ୍ତି।

nis-ad
Leave A Reply

Your email address will not be published.